ଆରମ୍ଭ ହେଲା ବିଜେପିର “ମୋ ଘର ବିଜେପି ପରିବାର” କାର୍ଯ୍ୟକ୍ରମ

ଭୁବନେଶ୍ୱର: ସୋମବାରଠାରୁ ଭାରତୀୟ ଜନତା ପାର୍ଟି(ବିଜେପି)ର ନୂତନ କାର୍ଯ୍ୟକ୍ରମ “ମୋ ଘର ବିଜେପି ପରିବାର” ଆରମ୍ଭ ହୋଇଛି । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସଭବନଠାରୁ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଦଳର ସମସ୍ତ କର୍ମୀ ଏବଂ ନେତା ନିଜ ଘରେ ବିଜେପି ପତାକା ଲଗାଇବେ । ଏନେଇ ସୋସିଆଲ ମିଡିଆରେ ମଧ୍ୟ କ୍ୟାମ୍ପନିଂ ଆରମ୍ଭ ହୋଇଛି । ଦଳର କର୍ମୀ ନିଜ ଘରେ ପତାକା ଲଗାଇ ଟ୍ୱିଟରରେ ଅପଲୋଡ କରିପାରିବେ । ବିଜେପି ସବୁବେଳେ ନିଜର କର୍ମୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରାଇବା ପାଇଁ ନୂତନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ବିଜେପି ଆରମ୍ଭ କରିଥିବା ଏହି ନୂତନ କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କୁ ଆତ୍ମବିଶ୍ୱାସ ବଢ଼ାଇବ ବୋଲି କୁହାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନଠାରୁ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବିଜେପିର କର୍ମକର୍ତା ଆଗକୁ ନେବାପାଇଁ ସଂକଳ୍ପ ନେଇଛନ୍ତି ।