ମହାରାଷ୍ଟ୍ର ନିର୍ବାଚନ: ବିଜେପିର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାର ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ତାଲିକାରେ ୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଅନ୍ୟପକ୍ଷେ ପାର୍ଟିର ତିନି ଜଣ ବରିଷ୍ଠ ନେତା ଏକନାଥ ଖଡସେ, ବିନୋଦ ତାବଡେ ଓ ପ୍ରକାଶ ମେହଟ୍ଟାଙ୍କ ନାଁ ନଥିବାର ଦେଖିବାକୁ ମିଳିଛି।

ଚତୁର୍ଥ ତାଲିକାରେ ଚରଣସିଂହ ଠାକୁର, ପ୍ରଦୀପ ପଡାଲ, ରାହୁଲ ଧିକାଲେ, ସୁନୀଲ ରାଣେ, ପରାଗ ଶାହ ଓ ରାହୁଲ ନାରଭେକରଙ୍କୁ ଟିକଟ ମିଳିଛି। ଏକନାଥ ଖଡସେଙ୍କ ଝିଅ ରୋହିଣୀ ଖଡସେଙ୍କୁ ମୁକ୍ତାନଗର ଆସନରୁ ଟିକଟ ଦେଇଛି ବିଜେପି।