ସୁପ୍ରିମକୋର୍ଟ,ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ:ସମୀର ମହାନ୍ତି

ରଥଯାତ୍ରାକୁ ମିଳିଲା ଅନୁମତି

ଭୁବନେଶ୍ୱର: ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଛା ଥିଲା । କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ସାଢେ ୪ କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରଥଯାତ୍ରା ପରଂପରା ଶତାଦ୍ଦୀ ଶତାଦ୍ଦୀ ଚାଲି ଆସିଛି । ଏହିଯାତ୍ରା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡିତ ରହିଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ମହାପ୍ରଭୃଙ୍କ ନୀତିକାନ୍ତି ତଥା ରଥଯାତ୍ରା ସଂପର୍କରେ ଗଜପତି ମହାରାଜଙ୍କ ସହ ଆଲୋଚନା କରିଥିଲେ । ସେହିପରି କେନ୍ଦ୍ରସରକାର ମଧ୍ୟ ବଳିଷ୍ଠ ଯୁକ୍ତି ବାଢି ରଥଯାତ୍ରା କରାଇବା ଲାଗି ସୁପ୍ରିମକୋର୍ଟଙ୍କ ଆଗରେ ନିବେଦନ କରିଥିଲେ । ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।

ସମସ୍ତ ପ୍ରକାର କୋଭିଡ-୧୯ ନିୟମକୁ ପାଳନ କରି ରାଜ୍ୟସରକାର ରଥଯାତ୍ରାକୁ ସୁଚାରୁରୂପେ କରାନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।