ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି:ବିଜେପି

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମତ୍ସ୍ୟଜୀବୀ

ଭୁବନେଶ୍ୱର: ଲକଡାଉନ କଟକଣାରୁ ମତ୍ସ୍ୟଜାବୀମାନଙ୍କୁ ବାଦ ଦେବା ପରେ ବି ଅନେକ ସମସ୍ୟା କାରଣରୁ ସେମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ମାଛ ଉତ୍ପାଦନ କମ୍ ହେବା, ମାଛ ପ୍ରକ୍ରିୟାକରଣ , ସଂରକ୍ଷଣ ଏବଂ ବଜାରରେ ବିକ୍ରି କରିବା ପାଇଁ ଉପଯୁକ୍ତ ଭିତିଭୂମି ନଥିବା କାରଣରୁ ମତ୍ସ୍ୟଜୀବୀ ମାନେ ପ୍ରଭାବିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ମତ୍ସ୍ୟଜୀବୀମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତ୍ସ୍ୟଚାଷ ଜନିତ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।

ମତ୍ସ୍ୟଚାଷର ବିକାଶ ପାଇଁ ରାଜ୍ୟସରକାର କୌଣସି ପଦକ୍ଷପେ ଗ୍ରହଣ କରୁନାହାଁନ୍ତି । ରାଜ୍ୟରେ ମତ୍ସ୍ୟ ଚାଷକୁ ନେଇ ଆତ୍ମ ନିର୍ଭର ହେବାର ଯଥେଷ୍ଟ ସୁଯୋଗ ରହିଥିବାବେଳେ ସରକାରଙ୍କ ଉଦାସିନତା ଓ ଆବଶ୍ୟକୀୟ ଭିତିଭୂମିର ବ୍ୟବସ୍ଥା ନଥିବା ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ । ମତ୍ସ୍ୟ ବିହୀନ ରାଜ୍ୟ ବାହାରୁ ଅଣାଯାଉଛି । ସେହିପରି ମତ୍ସ୍ୟ ଚାଷର ବିକାଶ ପାଇଁ ଉତ୍ପାଦନ, ପ୍ରକ୍ରିୟାକରଣ, ଶୀତଳ ଭଣ୍ଡାର ଏବଂ ମାକେଟିଂ ର ଅଭାବ ରହିଛି ବୋଲି ଚାଷୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ । ଏବେ ଅନଲାଇନରେ ମାଛ କିପରି ଖାଉଟିଙ୍କ ପାଖରେ ପହଂଚି ପାରିବ ସେ ବ୍ୟବସ୍ଥା ଲାଗୁ କରିବା ପାଇଁ ମତ୍ସ୍ୟଜୀବୀ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ମୋଦି ସରକାର ମତ୍ସ୍ୟଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ୨୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସାମୁଦ୍ରିକ ଓ ବିଭିନ୍ନ ଜଳ ଉତ୍ସମାନଙ୍କରେ ମତ୍ସ୍ୟ ଚାଷର ବିକାଶ ଲାଗି ଏହାକୁ ଲାଗୁ କରାଯିବ । ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ଓ ଜଳଚର ଶିଳ୍ପ ପାଇଁ ୧୧ ହଜାର କୋଟି ଏବଂ ମାଛମରା ହାର୍ବର, ଶୀତଳ ଭଣ୍ଡାର ଓ ବଜାର ଆଦି ଭିତିଭୂମି ବିକଶିତ ପାଇଁ ୯ ହଜାର କୋଟି ବିନିଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି । ମତ୍ସ୍ୟଜୀବୀମାନଙ୍କର ବିକାଶ ପାଇଁ ମୋଦି ସରକାର ଉତ୍ସର୍ଗୀକୃତ । ରାଜ୍ୟରେ ୪୮୦ କିମି ଉପକୂଳ ଅଂଚଳ ଥିବା କାରଣରୁ ମତ୍ସ୍ୟ ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ମାଛ ଧରା ପାଇଁ ଉନ୍ନତ ମାନର ଯନ୍ତ୍ରପାତି, ଜଳ ଭଣ୍ଡାର ଗୁଡିକରେ ଉନ୍ନତ ଯାଆଂଳା ଗଚ୍ଛିତ କରି ଉତ୍ପାଦନ ବୃଦ୍ଧି କରିବା ଆଦି କାର୍ଯ୍ୟକୁ ପୋତ୍ସାହିତ କଲେ ମତ୍ସ୍ୟଜଜୀବୀ ମାନେ ଉପକୃତ ହେବା ସହ ଓଡିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବା ବୋଲି ଏହି ଭିଡିଓ କନଫରେନ୍ସି ରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଜେପି ନେତା ଶାରଦା ଶତପଥୀ, ସୁକାନ୍ତ ପାଣିଗ୍ରାହୀ, ଅବସରପ୍ରାପ୍ତ ସିଜିଏମ କେ.ସି ପାଣିଗ୍ରାହୀ, ନାରାୟଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।