କ୍ବାରେଣ୍ଟାଇନ ସେଣ୍ଟରରେ ହୋଇଥିବା ଏକ ମାସର ଶିଶୁ କନ୍ୟାର ମୃତ୍ୟୁର ତଦନ୍ତ ଦାବିରେ ବିଜେପି ତରଫରୁ ଅତାବିରା ବିଡ଼ିଓଙ୍କ କାର୍ଯ୍ୟାଳୟ ଘେରାଓ

ବରଗଡ଼: ବିଗତ ୨୬ ତାରିଖରେ ଅତାବିର ବ୍ଲକ ଲରାସରା ପଞ୍ଚାୟତର କ୍ବାରେଣ୍ଟାଇନ ସେଣ୍ଟରରେ ଖାଇରପାଲି ଗ୍ରାମର ହଣ୍ଡା ଝୁପଡି ର ପ୍ରବାସୀ ଶ୍ରମିକ ଶ୍ରୀ ନରିନ ନାଗ ଓ ଶ୍ରୀମତୀ ପ୍ରଭାସିନୀ ନାଗ ଙ୍କ ଏକ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା । ତେଣୁ ଆଜି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଅତାବିରା ବିଡ଼ିଓ ଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇ (୧) କେଉଁ କାରଣରୁ ପ୍ରବାସୀ ଶ୍ରମିକଙ୍କ ଏକ ମାସର ଶିଶୁ କନ୍ୟାର ମୃତ୍ୟୁ ହେଲା ତୁରନ୍ତ ଏକ କମିଟି ଗଠନ କରି ତାର ଯାଞ୍ଚ କରାଯାଉ ଏବଂ ଏହି ପରିବାର କୁ ତୁରନ୍ତ ଆର୍ଥିକ କ୍ଷତିପୂରଣ ଦିଆଯାଉ । (୨) କ୍ବାରେଣ୍ଟାଇନ ସେଣ୍ଟର ମାନଙ୍କରେ ଯେତେସବୁ ଗର୍ଭବତୀ ମହିଳା ଓ ଶିଶୁ ରହୁଛନ୍ତି ତାଙ୍କର ଅଲଗା ଖଦ୍ୟପେୟର ବ୍ୟବସ୍ଥା ସହିତ ତାଙ୍କୁ ଡାକ୍ତର ମାନଙ୍କ ଦ୍ୱାରା ନିୟମିତ ଚେକ ଅପ କରାଯାଉ ।(୩) କ୍ବାରେଣ୍ଟାଇନ ସେଣ୍ଟର ଗୁଡିକର ନିୟମିତ ଭାବରେ ଅଭିଯୋଗ ଗୁଡିକ ଆସୁଥିବାରୁ ଏହାର ସୁବ୍ୟବସ୍ଥା କରାଯାଉ । ବୋଲି ଦାବି ଉପସ୍ଥାପନ କରାଯାଇଥିଲା ଏବଂ ଏହାର ଅତିଶୀଘ୍ର ସମାଧାନ ପାଇଁ ବିଡ଼ିଓ ପ୍ରତିଶୃତି ଦେଇଛନ୍ତି । ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଜିଲ୍ଲା ବିଜେପି ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବିଡ଼ିଓ ଙ୍କୁ ଚେତାବନୀ ଦିଆଯାଇଥିଲା । ଏହି ପ୍ରତିନିଧି ମଣ୍ଡଳିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରିତମ ସିଂ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମିଳନ ସେଠ,ଜିଲ୍ଲା ବିଜେପି ଉପ-ସଭାପତି କୁଶ କୁମ୍ଭାର, ସୁରେନ୍ଦ୍ର ସ୍ୱାଇଁ, ସତ୍ଯ ନାରାୟଣ ଭୋଇ, ବରିଷ୍ଠ ବିଜେପି ନେତା ବିପିନ ଭୋଶାଗର, ଚିତରଞ୍ଜନ ଭୋଇ, ଭରତ ବେହେରା, କପିଳାସ ଗୁପ୍ତା,ହୃଷୀକେଶ ଦିପ୍, ସୁଦାମ ଭୋଇ, ଦଶରଥ ଭୋଇ, ଶତିଶ୍ ଚୌଧୁରୀ, ପ୍ରହଲ୍ଲାଦ ଉର୍ମା, ଅମିତ କୁମାର ସାହୁ, ପୁଷ୍ପକ ଗାଇଘରିଆ, ଜୟନାରାୟଣ ପ୍ରଧାନ, ଯଶୋବନ୍ତ ସେଟ , ନିରୋଜ ବାରିକ, ଅର୍ଜୁନ ବାଗ, କେତନ ଭୋଇ ବିଜେପି ନେତ୍ରୀ ସୁନନ୍ଦା ମେହେର, ପୁଷ୍ପାବତି ସଟ, କ୍ଷୀରେଶ୍ବରୀ ସୁଆଇଁ, କୁନି ସେଟ ପ୍ରମୁଖ ଉପସ୍ଥିତ ଥିଲେ ।