ଅଟୋ ଓ ରିକ୍ସା ଚାଳକଙ୍କୁ ବିଜେପି ତରଫରୁ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼:  କୋଭିଡ-୧୯ ମହାମାରୀ କରୋନା ବିପର୍ଯ୍ୟୟ ସମୟରେ ସାରା ଦେଶରେ ଚାଲିଥିବା ଲକଡାଉନ ଏବେ ଚତୁର୍ଥ ପର୍ଯ୍ୟାୟ ସରି ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହେବାର ସମ୍ଭାବ୍ୟ ପରିସ୍ଥିତି ରେ ପହଁଚିଛି । ଏହି ମହାମାରୀ ସମୟରେ ଅଟୋ ଓ ରିକ୍ସା ଚାଳକ ବନ୍ଧୁ ମାନଙ୍କ ଆର୍ଥିକ ପରିସ୍ଥିତି ଅତି ସାଙ୍ଘାତିକ ଅବସ୍ଥାରେ ଅଛି ଏମାନେ ମଧ୍ୟ ଭୋକ ଉପାସରେ ଦିନ କାଟୁଛନ୍ତି ଏଣୁ ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ସାମାଜିକ ଦୂରତା ରଖି ଏକ ଛୋଟିଆ କାର୍ଯ୍ୟକ୍ରମ ର ଆୟୋଜନ କରି ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଜଣ ଅଟୋ ଓ ରିକ୍ସା ଚାଳକଙ୍କୁ ସମ୍ମାନ ଜଣାଇ ମାସ୍କ, ସାବୁନ ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ସୁବ୍ରତ ହୋତା,କୁଶ କୁମ୍ଭାର, ବିଜୟ ଦାସ, ମହେଶ ଦାଶ, ସୁଦାମ ମହାପାତ୍ର, ମହେନ୍ଦ୍ର ପୁରୋହିତ , ଗୋପାଳ ଷଡ଼ଙ୍ଗୀ, ପିଙ୍କୁ ମେହେର, ମାଲିକରାମ ବଗର୍ତ୍ତି, ଅଭିଜିତ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।