ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ

ଭୂବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ
କରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।

ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି
ମହାରାଜ ଆଜି ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟକୁ ଓଡିଶା ବିଜେପି ପକ୍ଷରୁ ମୁଁ ସମର୍ଥନ କରୁଛି । ଲୋକମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଗାମୀ ମେ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯାହା ଲକ୍‌ଡାଉନ୍ ଗାଇଡଲାଇନ ଅଛି, ଏହାକୁ ପାଳନ କରାଯିବା ନେଇ ଗଜପତି ମହାରାଜଙ୍କର ବକ୍ତବ୍ୟକୁ ମୁଁ ସ୍ୱାଗତ କରୁଛି ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।