ସାମାଜିକ ଦୂରତା ଓ ପ୍ରଶାସନିକ ନିୟମକୁ ଦୃଷ୍ଟିରେ ରଖି ବାବା ସାହେବ ଆମ୍ବେଦକର ଜୟନ୍ତୀକୁ ପାଳନ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ରାଜ୍ୟସଭାପତି

ଆସନ୍ତାକାଲି ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ବର୍ତମାନ ସମୟରେ କରୋନା ପୂରା ବିଶ୍ୱରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି । ଏହି ମହାମାରୀ ଦ୍ୱାରା ସାରା ବିଶ୍ୱର ପ୍ରାୟ ସମସ୍ତ ଦେଶ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ଏବଂ ଆମ ଦେଶରେ କରୋନା ନିୟନ୍ତ୍ରଣାଧୀନ ରହିଛି । ଆଜିର ଏହି ପରିସ୍ଥିତିରେ ଭକ୍ତ ଭଗବାନଙ୍କ ପାଖକୁ ଯାଇ ପାରୁନାହିଁ । ଦେଶବାସୀ ଘରେ ରହି କରୋନା ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି ।

ଆସନ୍ତାକାଲି ଭାରତରତ୍ନ ବି.ଆର ଆମ୍ବେଦକରଙ୍କ ୧୨୯ ତମ ଜନ୍ମ ଜୟନ୍ତୀକୁ କିପରି କାର୍ଯ୍ୟକର୍ତାମାନେ ପାଳନ କରିବା ସେ ନେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏକ ଅଡିଓ ବାର୍ତା ଜାରି କରିଛନ୍ତି । ଆମେ ପ୍ରତି ବର୍ଷ ଭାରତରତ୍ନ ଡା. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀକୁ ଧୁମଧାମରେ ପାଳନ କରୁଥିଲେ । ଚଳିତ ବର୍ଷ ଲକଡାଉନକୁ ଧ୍ୟାନରେ ରଖି ସମସ୍ତ କାର୍ଯ୍ୟକର୍ତା ନିଜ ଘରେ ରହି ଡା. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବେ । ଏହା ସହ ଆମ୍ବେଦକରଙ୍କ ଜୀବନୀ ପୁସ୍ତକକୁ ପଠନ କରିବେ । ପାର୍ଟୀର ପ୍ରତ୍ୟେକ କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି #FeedTheNeedy- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ଅତି କମରେ ୨ଟି ଗରିବ ବସ୍ତିର ଲୋକଙ୍କମାନଙ୍କୁ ଭୋଜନ ବ୍ୟବସ୍ଥା କରାଇବା ସହ #WearFaceCoverStaySafe ର କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ତିଆରି କରିଥିବା ଫେସ କଭର ତଥା ମାସ୍କକୁ ବଂଟନ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନାମୁକ୍ତ ବସ୍ତି’ ର ଶପଥ କରାଇବା ସହ ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଇବେ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାଜିକ ଦୂରତା, ପ୍ରଶାସନିକ ନିୟମ ଏବଂ ମୁହଁରେ ମାସ୍କ ଲଗାଇ ସମସ୍ତ କାର୍ଯ୍ୟ ସଂପନ୍ନ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ଏହା ସହ ସମସ୍ତ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ କରିବା ପାଇଁ ଶ୍ରୀ ମହାନ୍ତି ସମସ୍ତ କାର୍ଯ୍ୟମାନଙ୍କୁ ନିବେଦନ କରିବା ସହ ମହାବିଷୁଭ ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।