ଟିଡିସିସିର ପୂର୍ବତନ ଚେୟାରମେନ ଏବଂ ୨ ଥର ଅବିଭକ୍ତ ଫୁଲବାଣୀ ଜିଲ୍ଲା ସଭାପତି ଶ୍ରୀ ନିଳାଦ୍ରୀ ଜାନୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର:  ଟିଡିସିସିର ପୂର୍ବତନ ଚେୟାରମେନ୍ ଏବଂ ୨ ଥର ଅବିଭକ୍ତ ଫୁଲବାଣୀ ଜିଲ୍ଲା ବିଜେପି ସଭାପତି ଶ୍ରୀ ନିଳାଦ୍ରୀ ଜାନୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ଆଜି ପ୍ରାତଃ ସମୟରେ ଶ୍ରୀ ଜାନୀ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ନିଜ ପୈତୃକ ଗ୍ରାମ ଦଳପଡାଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜେପି ପ୍ରତିଷ୍ଠା ହେବା ଦିନଠାରୁ ସ୍ୱର୍ଗତଃ ଜାନୀ ପାର୍ଟୀର ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ । ସ୍ୱର୍ଗତଃ ଜାନୀଙ୍କ ନିଧନରେ ରାଜ୍ୟ ଏବଂ ପାର୍ଟୀ ଜଣେ ଦକ୍ଷ ସଂଗଠକ ଏବଂ ରାଜନୀତିଜ୍ଞଙ୍କୁ ହରାଇଲା ବୋଲି କହିବା ସହ ଦୁଃଖ ପ୍ରକାଶ କରି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି ।