ଭୁବନେଶ୍ୱର ଜିଲ୍ଲା ବିଜେପି ଦ୍ୱାରା ଶ୍ରୀକୁମାର ବିଶ୍ଵରଞ୍ଜନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱର ର ନୀଳାଦ୍ରିବିହାର ଅଞ୍ଚଳର ବେଣୁଧର ଭୋଳ ଓ ମିନତି ଭୋଳ ଙ୍କର ପୁତ୍ର ଶ୍ରୀକୁମାର ବିଶ୍ଵରଞ୍ଜନ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ୧୮୨ ର‌୍ୟାଙ୍କରେ ସଫଳତା ଅର୍ଜନ କରିଥିବାରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ବାବୁସିଂ, ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଶ୍ଵରଞ୍ଜନ ଙ୍କ ଘରେ ପହଞ୍ଚି ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣେଇବା ସହ ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କର ଆଗମୀ ଭବିଷ୍ୟତ ଉଜ୍ଵଳମୟ ହେଉବୋଲି ଆଶ୍ରିବାଦ ଦେଇଥିଲେ।