ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ ଜନିତ କଟକଣା କାରଣରୁ ଏହି କାର୍ଯ୍ୟକ୍ରମଟି ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରମୁଖଙ୍କ ସମେତ ମହିଳା ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ କୋଭିଡ୍ ଯୋଦ୍ଧାମାନଙ୍କୁ ରକ୍ଷା ବନ୍ଧନ କରିଥିଲେ । ପୂର୍ବତନ ସେନାଧିକାରୀ ଲେପ୍ଟେନାଂଟ ଜେନେରାଲ ନାରାୟଣ ମହାନ୍ତି, କର୍ଣ୍ଣେଲ ବିରେନ୍ଦ୍ର ବସ୍ତିଆ, କାଶ୍ମୀରରୁ କର୍ଣ୍ଣେଲ ପ୍ରଭାତ ପଣ୍ଡା, ଆଡମିରାଲ ସଲିଲ୍ ମହାନ୍ତି, ଡ.ପ୍ରଣବ ମହାପାତ୍ରୁଙ୍କ ସମେତ ବହୁ ପୂର୍ବତନ ସୈନିକଙ୍କୁ ରକ୍ଷାବନ୍ଧନ କରାଯାଇଥିଲା । ସେହିପରି ଡ.ପ୍ରଦୀପ ମହାପାତ୍ର, ଡ.ମାନଭଂଜନ କଅଁର, ଡ. ଦେବବ୍ରତ ପ୍ରଧାନ, ଅଭିମନ୍ୟୁ ସାହୁଙ୍କ ସମେତ ବହୁ କୋଭିଡ୍ ଯୋଦ୍ଧାଙ୍କୁ ମଧ୍ୟ ରକ୍ଷାବନ୍ଧନ କରାଯାଇଥିଲା । ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ନେତୃବୃନ୍ଦଗଣ ପବିତ୍ର ରକ୍ଷାବନ୍ଧନ ଏବଂ ସମରସତା କାର୍ଯ୍ୟକ୍ରମ ସଂପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ମହିଳା ମୋର୍ଚ୍ଚା ଆଇଟି ସେଲ୍ ରାଜ୍ୟ ସଂଯୋଜିକା କସ୍ତୁରୀ ମିଶ୍ର, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସର୍ବଶେଷରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।