ବିଜେପିର ପ୍ରତିଶୃତି ସମାବେଶ : ‘ପ୍ରତିଶ୍ରୁତି ଫର୍ମ’ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଭୁବନେଶ୍ବରରେ ବିଜେପିର ପ୍ରତିଶୃତି ସମାବେଶ । ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ କେଉଁ କାମ କରିବ ସେ ନେଇ ପ୍ରତିଶୃତି ନେଉଛି ଦଳ । ଭୂମିହୀନ, ବସ୍ତି ବାସିନ୍ଦା, ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସ୍ଥାୟୀ ଜମିପଟା ବେକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।  ସ୍ବାଧୀନତା ସଂଗ୍ରାମୀ ପଡିଆରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଜେପିର ପ୍ରତିଶ୍ରୃତି ଫର୍ମ ଉନ୍ମୋଚନ କରାଯାଇଛି । ରୋଜଗାର ସହ ସ୍ଥାୟୀ ଜମିପଟ୍ଟା ଗୃହ ଯୋଗାଇ ଦେବାକୁ ବିଜେପି ପ୍ରତିଶ୍ରୃତି ଦେଇଛି । ସାଧାରଣ ଲୋକ ଏହି ଫର୍ମ ପୂରଣ କରିବେ । ସରକାରକୁ ଆସିଲେ ଫର୍ମ ପୂରଣ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଯୋଗାଇ ଦିଆଯିବ ।

ବିଜେପିର ପ୍ରତିଶ୍ରୃତି ସମାବେଶ ବିଜେପିର ସରକାର ଆସିଲେ ନିଶ୍ଚିନ୍ତ ମିଳିବ “ସ୍ଥାୟୀ ପଟ୍ଟା ସହ ପକ୍କାଘର ଓ ବେରୋଜଗାରଙ୍କୁ ରୋଜଗାର”

ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ । ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ । ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ । ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ସାଧାରଣ ଗରୀବଲୋକମାନଙ୍କର ଏହି ମୌଳିକ ସୁବିଧାରୁ ଏ ସରକାର ବଂଚିତ କରିଆସିଛି । ରାଜ୍ୟରେ ଯୁବକ ଯୁବତୀମାନଙ୍କ ଆଗରେ ବେରୋଜଗାର ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଗାଁ ଗାଁରେ ଆଜି ଯୁବକମାନେ ବେକାରୀ ହୋଇ ହତାଶ ଭାବେ ବସିଛନ୍ତି । ବିଜୁ ଜନତା ଦଳର ସରକାର ରାଜ୍ୟରେ ଏକ ଲମ୍ବା ସମୟ ପାଇଁ କ୍ଷମତାରେ ଥାଇବି ଓଡିଆ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଲେନି । ବିଜେପି ପକ୍ଷରୁ ଆୟୋଜିତ ପ୍ରତିଶ୍ରୃତି ସମାବେଶରେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାସହ ପକ୍କାଘର ଓ ବେରୋଜଗାରକୁ ରୋଜଗାର ନିଶ୍ଚିତ ଦିଆଯିବ ଏହି ପ୍ରତିଶୃତି ଦେଇଛି ।
ପ୍ରତିଶୃତି ସମାବେଶରେ ସ୍ଥାୟୀ ପଟ୍ଟା, ପକ୍କାଘର ଓ ରୋଜଗାର ଆବେଦନର ଫର୍ମକୁ ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡିଶାରେ ୨୦୨୨ ସୁଦ୍ଧା ଜଣେ ବି ଲୋକ ରହିବ ନାହିଁ, ଯା ଘରେ ସ୍ଥାୟୀ ପଟ୍ଟା ସହ ପକ୍କା ଘର ନଥିବ । ପ୍ରତିଟି ଓଡିଆ ଯୁବକ ଯୁବତୀକୁ ରୋଜଗାର ଯୋଗାଇବା ଭାରତୀୟ ଜନତା ପାର୍ଟିର ସରକାରର ପ୍ରାଥମିକ ଦାୟୀତ୍ୱ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇ ଦେଖାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରତିଶୃତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଂଚାଇବ । ବେରୋଜଗାର ଯୁବକ ଯୁବତୀମାନେ, ପଟ୍ଟା ଆଉ ପକ୍କା ଘର ପାଇବାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରିମାନେ ଏହାକୁ ପୁରଣ କରି ପଠାଇବେ ।
ଏହି ଅବସରରେ ଦଳର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ କହିଛନ୍ତି କି ଏ ରାଜ୍ୟ ସରକାର ଓଡିଆ ଲୋକମାନଙ୍କୁ ପ୍ରତାରଣା କରିଆସିଛି । ନବିନ ପଟ୍ଟନାୟକଙ୍କ ସରକାର କେବଳ ଘୋଷଣା ସର୍ବସ୍ୱ ସରକାର । ଏ ସରକାରଠାରୁ ଆଉ ଅଧିକ କିଛି ଆଶା କରାଯାଇପାରେନା । ୨୦୧୯ରେ ଭାରତୀୟ ଜନତା ପାର୍ଟୀର ହିଁ ସରକାର ହେବ ଆଉ ଲୋକମାନଙ୍କୁ ରୋଜଗାର ସହ ଘର, ପିଇବା ପାଣି, ବିଜୁଳି ନିଶ୍ଚିନ୍ତ ଦିଆଯିବ । ଓଡିଆ ଜାତିକୁ ନବିନ ବାବୁ ଆଉ ବୋକା ବୁଲାଇ ଶାସନ କରିପାରିବେ ନାହିଁ ।


 ଜାରି ହେଲା ପ୍ରତିଶୃତି ଆବେଦନ ଫର୍ମ
 ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ ।
 ୩୦ ଲକ୍ଷ ଲୋକ ରହୁଛନ୍ତି କଚ୍ଚା ଘରେ
 ଏକ କୋଟି ଓଡିଆ ଯୁବକ ଯବତୀ ଏବେ ବେକାରୀ ହୋଇ ବସଛନ୍ତି ।
 ରାଜ୍ୟରେ ସମସ୍ତ ବେକାର ଯୁବକ ଯୁବତୀ ମାନେ ରୋଜଗାର ପାଇଁ ଆବେଦନ କରିପାରିବେ
 ଯେଉଁ ଗରିବ ଲୋକମାନଙ୍କର ଜମି ପଟ୍ଟା ନାହିଁ କି ପକ୍କା ଘର ନାହିଁ ସେମାନେ ଆବେଦନ କରିପାରିବେ
 ନବିନ ସରକାରଙ୍କ ଲମ୍ବା ପ୍ରତାରଣାକୁ ଜବାବ ଦେବେ ଓଡିଆ ଲୋକ

ଦଳର ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏପରି ଏକ ରାଜନୈତିକ ଦଳ ଯାହା ପ୍ରତିଶୃତି ଆମେ ଦେଉ ତାକୁ କରିକି ଦେଖାଉ । ରାଜ୍ୟରେ ଏବେ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଦିନରେ ଯୋଜନା ବନାଯାଉଛି । ଯେଉଁ ଯୋଜନାର ଲାଭ କାହା ପାଖରେ ପହଂଚିପାରୁନାହିଁ । ହେଲେ ଭାରତୀୟ ଜନତା ପାର୍ଟି ଆଜି ଯେଉଁ ପ୍ରତିଶୃତିର ଘୋଷଣା କରୁଛି ତାହା ଆମେ ଦିନେ କରିକି ଦେଖାଇବୁ ।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠି କହିଛନ୍ତି ଯେ, ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତି ହାର ମାତ୍ର ୧% । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମୋଦି ସରକାର ଆସିବା ପରେ କେତେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି ତାହାର ତଥ୍ୟ ଦେଶବାସିଙ୍କ ଆଗରେ ଦେଇଛନ୍ତି । କେବଳ ୨୦୧୮-୧୯ ଗୋଟିଏ ବର୍ଷରେ ଦେଶରେ ୧ କୋଟି ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି ହୋଇଛି । ସେଥିରୁ ୪୫ ଲକ୍ଷ ହେଉଛି ଅର୍ଗାନାଇଜଡ ସେକ୍ଟରରେ । ହେଲେ ଓଡିଶା ଏହାର ଲାଭ ନେଇପାରୁନାହିଁ କାରଣ ରାଜ୍ୟରେ ଏକ ଅପାରଗ ସରକାର ଚାଲିଛି ।
ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)