ପୁରୀ ପରିଚିତିକୁ ନେଇ ଲେଖାଶ୍ରୀଙ୍କ ବୟାନ ପ୍ରସଙ୍ଗ : ଲେଖାଶ୍ରୀଙ୍କ ସାଥ ଦେଲେନି ନିଜେ ସମ୍ବିତ ପାତ୍ର

ପୁରୀ : ପୁରୀର ପରିଚିତି ଓ ବିଜେପି ରଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ବିଭିନ୍ନ ସଂଙ୍ଗଠନ ପକ୍ଷରୁ ଲେଖାଶ୍ରୀଙ୍କ ବିରୋଧରେ ଥାନାରେ ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଥଆନାରେ ଏତଲା ଦିଆ୍ୟାଇଛି । ଏହାକୁ ନେଇ ବିଜେଡି ଓ ବିଜେପି ଲେଖାଶ୍ରୀଙ୍କୁ ଘେରିଛନ୍ତି । ଏସବୁ ଭିତରେ ବିବାଦୀୟ ବୟାନ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମୁହଁ ଖୋଲିଛନ୍ତି। ସମ୍ବତ ପାତ୍ର ମୁହଁ ଖୋଲି ଯାହା ମତ ରଖିଛନ୍ତି ତାହା ଲେଖାଶ୍ରୀଙ୍କୁ ଆହୁରୀ ଅଡୁଆରେ ପକାଇଛି ।


ସମ୍ବିତ ପାତ୍ର ସୋସିଆଲ ମିଡିଆରେ ନିଜର ମତ ରଖି କହିଛନ୍ତି , ପୁରୀ ସମଗ୍ର ବିଶ୍ବର କେନ୍ଦ୍ର ବିନ୍ଦୁ। ପୁରୀ ଭଳି ପବିତ୍ର ସ୍ଥାନ ପାଇଁ ଓଡିଶା ସମଗ୍ର ବିଶ୍ବରେ ପରିଚିତ। ଗତ ସାଧାରଣ ନିର୍ବାଚନରେ, ସେ ପୁରୀରୁ ନିର୍ବାଚନ ଲଢ଼ୁଥିଲେ। ସେଥିପାଇଁ ସମସ୍ତେ ସମ୍ବିତ ପାତ୍ରଙ୍କୁ ଚିହ୍ନ ପାରିଲେ। ଜଗନ୍ନାଥ ଧାମ ପୁରୀ ପାଇଁ ଓଡିଶା ପରିଚିତ। ପୁରୀ ଧାମ ସମଗ୍ର ଭାରତ ଏବଂ ଓଡିଶାର ଗର୍ବ । କରୋନାର SOP ଅନୁସରଣ କରି ଭକ୍ତମାନଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦ୍ୱାର ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସମ୍ବିତ।

ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ୍ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଲୋକେ ପୂର୍ବରୁ ଜାଣିଥିଲେ । ଲେଖାଶ୍ରୀଙ୍କ ଏପରି ଅଦ୍ଭୁତ ବୟାନ ତାଙ୍କୁ ବିବାଦକୁ ଟାଣିଛି ।