ବିଜେପି ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ : ବିଜେପି ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ କରୋନା । ଏନେଇ ନିଜେ ନଡ୍ଡା ଟ୍ୟୁଟ୍ କରି ସୂଚନା ଦେଇଛନ୍ତି । ଟ୍ଵିଟ୍‌ କରି ସେ ଲେଖିଛନ୍ତି, “କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ତାହା ପିଜିଟିଭ ବାହାରିଥିଲା । ମୁଁ ଏବେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରଙ୍କ ଅନୁରୋଧକ୍ରମେ ମୁଁ ଏକାନ୍ତବାସରେ ରହୁଛି । ମୁଁ ମଧ୍ୟ ସବୁ କରୋନା ନିୟମ ପାଳନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି” ।


ଗତ ସପ୍ତାହରେ କୋଲକତା ଗସ୍ତ କାଳରେ ତାଙ୍କ ଉପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହି ଘଟଣା ପାଇଁ ବିଜେପି ତୃଣମୂଳ କଂଗ୍ରେସକୁ ଦାୟୀ କରୁଥିବାବେଳେ ଏହା ବିଜେପିର ନାଟକ ବୋଲି ତୃଣମୂଳ କଂଗ୍ରେସ କହିଛି ।

bjp national president jp nadda covid affected