୧୫ରେ ପୁଣି ଓଡିଶା ଆସିବେ ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ, ସମ୍ବଲପୁର ସମାବେଶରେ ଯୋଗଦେବେ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଓଡ଼ିଶା ଆସୁଛନ୍ତି । ଆସନ୍ତା ୧୫ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶ୍ରୀ ଶାହା ସମ୍ବଲପୁରଠାରେ ବୁଥ୍ ସଭାପତି, ସଂପାଦକ, ପ୍ରଭାରୀ, ସହ-ପ୍ରଭାରୀଙ୍କ ସହ ସାଙ୍ଗଠନିକ ଋଣନୀତି ସଂପର୍କରେ ଆଲୋଚନା କରିବେ । ସମ୍ବଲପୁରରେ ବିଶାଳ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିବେ । ବୁଥ୍‌ସ୍ତରୀୟ କର୍ମୀଙ୍କ ମନବଳ ବୃଦ୍ଧି କରିବାକୁ ଶାହ ଆସୁଥିବା କୁହାଯାଉଛି । ସମ୍ବଲପୁର ସମେତ ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳିର ବୁଥ୍‌ ସ୍ତରୀୟ କର୍ମୀଙ୍କ ସହ ଆଲୋଚନା କରିବେ ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି । ୮୦୦୦ରୁ ଉର୍ଦ୍ଧ୍ୱ ବୁଥ୍‌ରୁ କର୍ମୀମାନେ ଏହି ସମାବେଶରେ ଯୋଗଦେବେ ।

ମୋଦି ସରକରାଙ୍କ ନେତୃତ୍ୱରେ ଦେଶର ବିକାଶ ଶିଖର ସ୍ତରରେ ପହଂଚିଛି । ସାଧାରଣ ଲୋକଙ୍କ ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ଅହରହ କାର୍ଯ୍ୟ କରି ଚାଲିଛନ୍ତି । ଜନଧନ ଯୋଜନା, ମୁଦ୍ରା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜଳା ଯୋଜନା ପରି ୧୨୯ଟି ଯୋଜନା ସାଧାରଣ ଲୋକଙ୍କ ପାଇଁ ମୋଦି ସରକାର ଲାଗୁ କରିଛନ୍ତି । ଏଥର ସାଧାରଣ ନିର୍ବାଚନରେ ବିଜେପି ପୁଣି ଥରେ ବିପୁଳ ବିଜୟ ଲାଭ କରି ସରକାର ଗଠନ କରିବ । ‘ପୁଣି ଥରେ ମୋଦି ସରକାର’ ନାରା ଦେଇ ସମଗ୍ର ଦେଶରେ ଦଳ ମୋଦିଙ୍କ ଜନହିତକର ଯୋଜନାକୁୁ ତୃଣମୂଳ ସ୍ତରରେ ପହଂଚାଇ ଚାଲିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ସାରା ଦେଶ ବୁଲି ମୋଦିଙ୍କ ଜନକଲ୍ୟାଣ ଯୋଜନା ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ଶାହା ଆସନ୍ତା ୧୫ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶ୍ରୀ ଶାହା ସମ୍ବଲପୁରଠାରେ ବୁଥ୍ ସଭାପତି, ସଂପାଦକ, ପ୍ରଭାରୀ, ସହ-ପ୍ରଭାରୀଙ୍କ ସହ ସାଙ୍ଗଠନିକ ଋଣନୀତି ସଂପର୍କରେ ଆଲୋଚନା କରିବେ । ଏହି ସମାବେଶରେ ଢେଙ୍କାନାଳ, ବରଗଡ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସମେତ ପାଖାପାଖି ୬୦ ହଜାର କାର୍ଯ୍ୟକର୍ତାଙ୍କୁ ଶ୍ରୀ ଶାହା ଉଦବୋଧନ ଦେବେ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

 ୧୫ରେ ସମ୍ବଲପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା
 ଢେଙ୍କାନାଳ, ବରଗଡ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ କରିବେ ଆଲୋଚନା
 ‘ପୁଣି ଥରେ ମୋଦି ସରକାର’ ନାରା ଦେଇ ସମଗ୍ର ଦେଶରେ ମୋଦିଙ୍କ ଜନହିତକର ଯୋଜନାକୁୁ ତୃଣମୂଳ ସ୍ତରରେ ପହଂଚାଉଛନ୍ତି କାର୍ଯ୍ୟକର୍ତା
 କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପରେ ବି ରାଜ୍ୟସରକାର ରାଜ୍ୟର ବିକାଶ କରିପାରିଲେ ନାହିଁ

ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୋଦି ସରକାର ଚର୍ତୁଦଶ କମିଶନରେ ବିଭିନ୍ନ ଯୋଜନା ଓ ଭିତିଭୂମି ବିକାଶ ପାଇଁ ସମୁଦାୟ ୨ ଲକ୍ଷ ୧୧ ହଜାର କୋଟି ୫୧୦ କୋଟି ଅନୁଦାନ ଦେଇଛନ୍ତି । କେନ୍ଦ୍ରୀୟ କର ବାବଦରେ ୧ ଲକ୍ଷ ୮୪ ହଜାର କୋଟି, ରାଜ୍ୟ ଜିଜାଷ୍ଟର ମ୍ୟାନେଜମେଂଟରେ ୩ ହଜାର ୯୭ କୋଟି, ଅର୍ବାନ ବଡି ପାଇଁ ୧୦ ହଜାର ୬ଶହ ୩୦ କୋଟି ଅନୁଦାନ ଦେଇଛନ୍ତି । କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପରେ ବି ରାଜ୍ୟସରକାର ରାଜ୍ୟର ବିକାଶ କରିପାରିଲେ ନାହିଁ ।
ଦୀର୍ଘ ୧୯ ବର୍ଷ ଧରି ଶାସକ ବିଜେଡି ଚିଟଫଣ୍ଡ, ଡାଲି, ଖଣି ଭଳି ଅନେକ ଦୁର୍ନୀତିରେ ସଂପୃକ୍ତି ଥିବାର ପ୍ରମାଣ ମିଳିଛି । ମେଡିକାଲରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି, ପାନୀୟ ଜଳ ଅଭାବ, ଜଳସେଚନ ଅଭାବ, ମଣ୍ଡି ଅବ୍ୟବସ୍ଥା ଆଦି ଅନେକ ସମସ୍ୟା ରାଜ୍ୟରେ ଥିବା ସମୟରେ ରାଜ୍ୟସରକାର ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଆଜି ରୋଜଗାର ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ନାରୀ ଏଠି ପ୍ରତି ମୁହୂର୍ତରେ ଅପମାନିତ ଏବଂ ଅସମ୍ମାନିତ ହୋଇ ଚାଲିଛି । ଶାସକ ଦଳର ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଛି । ରାଜ୍ୟରେ ଏକ ଅଗଣତାନ୍ତ୍ରିକ ସରକାର ଚାଲିଛି ଏବଂ ଆଗାମୀ ଦିନରେ ଓଡିଶାବାସୀ ଏହି ସରକାରକୁ ଉପାଡି ଫିଙ୍ଗିଦେବେ । “ଉଣେଇଶରେ ବିଜେଡିର ଫିନିସ୍ ନିଶ୍ଚିତ” ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ପୁରୀଠାରେ ଶ୍ରୀ ଶାହା ସଙ୍ଗଠନକୁ ସୁଦୃଢ କରିବା ଏବଂ ମିଶନ ୧୨୦+ ଲକ୍ଷ୍ୟ ଦିଗରେ ପହଂଚିବା ପାଇଁ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ‘ସବକା ସାଥ ସବକା ବିକାଶ’ରେ ଓଡିଶାର ଜନସାଧାରଣ ସାମିଲ ହେବାକୁ ଆଗେଇ ଆସିଲେଣି ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କେ.ଭି.ସିଂହଦେଓ, ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନିତେଶ ଗଙ୍ଗଦେବ, ଗୋବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)