୨୪ରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ, ମହିଳା ମହାସମାବେଶରେ ଦେବେ ଗୁରୁ ମନ୍ତ୍ର

ଭୁବନେଶ୍ବର : ୨୩ରୁ ତିନି ଦିନ ପୁରୀରେ ହେବ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ।  ଏହା ସହ ସରକାରଙ୍କ ବିରୋଧରେ ମହିଳା ମହା ସମାବେଶ କରିବ ବିଜେପି । ରଣନୀତିକୁ ସାକାର ରୂପ ଦେବାକୁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ପୁରୀରେ ହେବାକୁ ଥିବା ବିଜେପି  ମହିଳା ମୋର୍ଚ୍ଚାର ତିନି ଦିନିଆ କାର୍ଯ୍ୟକାରିଣୀରେ ଯୋଗଦେବେ ଅମିତ । ଏହା ୨୪ରେ ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ମହାସମାବେଶରେ ମହିଳା ଶକ୍ତିଙ୍କୁ ମନ୍ତ୍ର ଦେବେ ଶାହ ।

ବିଜେପି ଫୋକସରେ ଓଡିଶା । ଟାର୍ଗେଟରେ ମହିଳା । ଓଡିଶାରେ ମିଶନ ୧୨୦ ପ୍ଲସକୁ ସାକାର କରିବାକୁ ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ଜାତୀୟ କାର୍ଯ୍ୟକାରିଣୀରେ ଓଡିଶାରେ ସରକାର କରିବାକୁ ସଂକଳ୍ପ ନେଇଥିବା ଶାହ ଏଥର ମହିଳା କର୍ମୀଙ୍କୁ ଦେବେ ମନ୍ତ୍ର । ୨୪ରେ ପୁରୀରେ ବିଜେପି ମହିଳା ମହା ସମାବେଶରେ ଯୋଗଦେଇ ଦେବେ ଉଦବୋଧନ । ଏହା ସହ ଓଡିଶାକୁ ଫୋକସ କରିଥିବା ବିଜେପି ସେପ୍ଟେମ୍ବର ୨୩,୨୪ ଓ ୨୫ ତିନି ଦିନ ଧରି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଆୟୋଜନ କରିଛି । କାର୍ଯ୍ୟକାରିଣୀରେ ଅମିତ ଶାହ ମହିଳା ଶକ୍ତିଙ୍କୁ ଓଡିଶା ଦଖଲ ନେଇ ଗୁରୁ ମନ୍ତ୍ର ଦେବେ । ରାଜ୍ୟ ସରକାଙ୍କ ବିରୋଧରେ ସାରା ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚା କରିଥିବା ଦସ୍ତକ୍ଷତ ସଂଗ୍ରହ ଓ ଗାଉଣ୍ଡ ହୋମଓ୍ବାକ ସଂପର୍କରେ ବି ଜାତୀୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ । ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ସଂପର୍କରେ ହେବ ଆଲୋଚନା ।

ରାଜ୍ୟର ମୋଟ ଭୋଟର ପାଖା ପାଖି ୪୭.୯୫ ପ୍ରତିଶତ ବା ପାଖା ପାଖି ଅଧା ହେଉଛି ମହିଳା ଭୋଟର । ତେଣୁ ମହିଳାଙ୍କ ଭୋଟ  ହିଁ ସରକାର ଗଢିବାରେ ନିଣ୍ଣାୟକ ହେବ । ତେଣୁ ମହିଳାଙ୍କ ପ୍ରସଙ୍ଗକୁ ନେଇ ମହିଳାଙ୍କୁ ମନେଇ ସେମାନଙ୍କ ଭୋଟ ହାତେଇ ବାକୁ ସବୁ ଦଳ ପ୍ରୟାସ କରୁଛନ୍ତି । ରାଜ୍ୟରେ ଅହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେପି ଯୋଜନା କରୁଥିବାବେଳେ କଂଗ୍ରେସ ବି ମହିଳା ପ୍ରସଙ୍ଗରେ ସେପ୍ଟେମ୍ବରରେ ସାରା ରାଜ୍ୟରେ ମହିଳା ଆକ୍ରୋସ ଯାତ୍ରା ଆୟୋଜନ କରୁଛି । ବିରୋଧୀଙ୍କ ରଣନୀତି କୁ ନେଇ ବିଜେଡି କିନ୍ତୁ ବିଚଳିତ ନୁହେଁ ବୋଲି କହୁଛି । ଶାସକ ଦଳର ଯୁକ୍ତି ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବି କରିବାକୁ ଅନେକ ଯୋଜନା କରିଛନ୍ତି । ତେଣୁ ବିରୋଧୀଙ୍କ ସମାବେଶ କି ଯାତ୍ରାର ପ୍ରଭାବ କିଛି ପଡିବନି ବୋଲି କହିଛି ବିଜେଡି ।ମହଳାଙ୍କ ଭୋଟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କ ନଜର ରହିଛି ।   ରାଜ୍ୟ ସରକାର ବିଭିନ୍ନ ଘୋଷଣା କରୁଥିବାବେଳେ କେନ୍ଦ୍ର ସରକାର ବି  ନୂଆ ନୂଆ ଘୋଷଣା କରୁଛନ୍ତି । ଭୋଟ ଆଗରୁ ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପାରିତୋଷିକ ବଢାଇ ମହିଳାଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର