ଓଡିଶାରେ ସରକାର ଗଢିବାକୁ ବିଜେପି ଜାତୀୟ କାଯ୍ୟକାରିଣୀରେ ଶାହଙ୍କ ସଂକଳ୍ପ

ଭୁବନେଶ୍ବର  : ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ବରେ ୨୦୧୯ରେ ନିର୍ବାଚନ ଲଢିବ ବିଜେପି । ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ କାର୍ଯ୍ୟକାଳ ସରୁଥିଲେ ବି ଜାତୀୟ କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ନେଇଛି ଦଳ । ଏହା ସହ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ସାଙ୍ଗଠନିକ ନିର୍ବାଚନ ହେବ ନାହିଁ ବୋଲି ଦଳ ସ୍ତିର କରିଛି । ଏହା ସହ ଜାତୀୟ କାର୍ଯ୍ୟକାରିଣୀରେ ଲୋକସଭା ବିଭିନ୍ନ ବିଧାନସଭା ନିର୍ବାଚନ ରଣନୀତି ତିଆରି ହୋଇଛି । ସେହିପରି ଓଡିଶା ଓ ଛତିଶଗଡରେ ସରକାର କରିବାକୁ ସଂକଳ୍ପ ନେଇଛି ବିଜେପି ।ସେହିପରି ତେଲେଙ୍ଗାନା,ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ  ବିଧାନସଭା ନିର୍ବାଚନ ଣନୀତି ନେଇ ସ୍ବତନ୍ତ୍ର ପ୍ଲାନ ହୋଇଛି । ଏସସି ଏସଟି ପ୍ରସଙ୍ଗ କୃଷକ ସମସ୍ୟା ,ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜନ ସଂପର୍କେର ମଧ୍ୟ କାର୍ଯ୍ୟକାରିଣଈରେ ଆଲୋଚନା ହୋଇଛି । ମୋଦି ସରକାରଙ୍କ ସାମାଜିକ ନ୍ୟାୟ,ଏମଏସପି  ପ୍ରସଙ୍ଗ ଉଠିଛି । କାଲି  ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖଇବେ । ଦଳ ସାରା ଦେଶରେ ସାମାଜିକ ନ୍ୟାୟ, ଆର୍ଥିକ ବିକାଶ, ଓ ଗରୀବ କଲ୍ୟାଣ ଯୋଜନା ସଂପର୍କରେ ଦଳ ଫୋକସ କରିବ ବୋଲି ସ୍ତିର କରିଛି । ସପଟେ ଓଡିଶାରେ ବିଜେପି ସରକାର କରିବା ବୋଲି ଜାତୀୟ କାର୍ଯ୍ୟକାରିଣୀରେ ଅମିତ ଶାହଙ୍କ ସଂଙ୍କଳ୍ପକୁ ନେଇ ବିଜେଡି କହିଛି ବିଜେପିର ଏହା ଦିବା ସ୍ବପ୍ନ,ନବୀନ ପୁଣି ୨୦୧୯ରେ ମୁଖ୍ୟମନ୍ତ୍ରୀ ହେବେ ।