ଆଜି ଆସିବେ୍ ଅମିତ, ୪ରେ ନବୀନଙ୍କ ଗଡରୁ ଦେବେ ହୁଙ୍କାର ,ସ୍ବର ନରମିବ ନା ଗରମ ହେବ ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର:ଆସନ୍ତା କାଲିଠୁ (ସୋମାବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ୪ଦିନିଆ ଓଡିଶା ଗ୍ରସ୍ତ ଆରମ୍ଭ ହେବ । ୪ ତାରିଖରୁ ଗଂଜାମ ଜିଲ୍ଲାରୁ ଆରମ୍ଭ ହେବ ବିଜେପିର ମୋ ବୁଥ ସବୁଠୁ ମଜଭୁତ କାର୍ଯ୍ୟକ୍ରମ । ଏହା ସହ ୪ ଦିନିଆ ଗ୍ରସ୍ତର ଶେଷ ଦିନରେ ଅମିତ ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ । ଜିଲ୍ଲାପରିଷଦ ପ୍ରା୍ଥୀ ଭାବେ ଲଢିଥିବା ଦଳର ନେତାଙ୍କ ସହ ଆଲୋଚନା କରିବେ । ସରକାରଙ୍କ ବିରୋଧରେ ଲଢିବାର ଓ କେନ୍ଦ୍ରସରକାରଙ୍କ ସଫଳତାର ପ୍ରଚାର ଦାୟିତ୍ବ ନେଇଥିବା ବିସ୍ତାରକ ମାନଙ୍କୁ ବି ଗୁରୁମନ୍ତ୍ର ଦେବେ ଅମିତ । ଏଥିଲାଗି ଦିନକ ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପୋଷ୍ଟର,ଲିଫିଲେଟ ଓ ଅଡିଓ ରିଲିଜ କରିଛି ।
ନବୀନଙ୍କ ଗଡରୁ ରଣ ହୁଙ୍କାର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ୪ରେ ଗଂଜାମରେ ଅମିତ ଶାହା ବିଜେପିର ମୋ ବୁଥ ସବୁଠୁ ମଜଭୁଦ କାର୍ଯ୍ୟ କ୍ରମରେ ଯୋଗ ଦେବେ ।ସେଥିଲାଗି ୩ ମଧ୍ୟରାତ୍ରରେ ଭୁବନେଶ୍ବରେ ପହଁଚିବେ ଅମିତ । ଏଥି ଲାଗି ଏ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ଲିଫଲେଟ ,ପୋଷ୍ଟର ଓ ଓଡିଅ ରିଲିଜ ।୫ରେ ଯାଜପୁର ଜିଲ୍ଲା ଗ୍ରସ୍ତରେ ଯେବେ । ଏହା ସହ ଦଳରେ ପ୍ରଚାର ପ୍ରସାର ଓ ହକର ଲଢେଇ ଲାଗି ସ୍ବଛା କୃତଭାବେ ବର୍,ୋେ ସମୟ ଦେଇଥିବା ବିସ୍ତାରକ ମାନଙ୍କୁ ଦେବେ ଗୁରୁମନ୍ତ୍ର । ରାଜ୍ୟ ସଂଗଠନ ବୃଦ୍ଦିନେଇ ଦଳୀୟ କର୍ମକର୍ତାଙ୍କୁ ଭେଟିବେ । କେବଳ ସେତିକି ନୁହେଁ ପଞ୍ଚାୟତ ନିର୍ବାଚନରେ ହାରିଥିବା ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ମନବଳ ବଢାଇବାକୁ ପ୍ରେରଣା ଦେବେ ଶାହା । ୨୦୧୯ ନିର୍ବାଚନକୁ ଆଖିରେ ରଖି ଓଡିଶାକୁ ଫୋକସ କରିଥିବା ବିଜେପି ଏବେ ଦଳୀୟ କର୍ମୀ ଓ ନେତାଙ୍କ ମନ ବଳ ବଢାଇବା ଲକ୍ଷ୍ୟ ରଖିଛି ।
ରାଷ୍ଟ୍ରପତି ନିର୍ବାଚନ,ଜିଏସଟି ପ୍ରସଂଗକୁ ନେଇ ରାଜ୍ୟ ରାଜନିତୀ ପାଣିପାଗ ବଦଳିଛି । କେନ୍ଦ୍ର ସରକାରଙ୍କ ସାଥ ଦେଇଛନ୍ତି ରାଜ୍ୟ ସରକାର । ଏଭଳି ସ୍ଥିତିରେ ଅମିତ ଗତ ଥର ପରି ରାଜ୍ୟ ସରକାରଙ୍କ ଉପରେ ଗରମ ନା ନଗମ ମନଭାବ ଦେଖାଇବେ ତାହାକୁ ନେଇ ପ୍ରଶ୍ନ ଉଠୁଛି ।ସେପଟେ ଶାହାଙ୍କ ଗ୍ରସ୍ତ ବିଜେପିର ଦଳୀୟ କାର୍ଯ୍ୟକ୍ରମ । ଏହାର କୈଣସି ପ୍ରଭାବ ପଡିବନି ବୋଲି କଂଗ୍ରେସ ଓ ବିଜେଡି କହିଛି ।
୨୦୧୯ ଲାଗି ବିଜେପି ଫୋକସରେ ରହିଛି ଓଡିଶା । ଏମିତ ଶାହା ବି ଓଡିଶାରୁ ଶକ୍ରିୟ ସଦସ୍ୟା ନେଇଛନ୍ତି । ହେଲେ ଗତ ଥର ପରି ଏଥର ଅମିତ ରାଜ୍ୟସରକାରଙ୍କୁ ଟାର୍ଗେଟ କରୁଛନ୍ତି ନା ପିଠି ଶାଉଁଳଉଛନ୍ତି ତାହା ଉପରେ ନଜର ରହିଛି ।