ନୂଆଦିଲ୍ଲୀ: ଏୟାରଲାଇନ୍ ସ୍ପାଇସ୍ ଜେଟ୍ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର । ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପାଇଁ ସ୍ୱାଧୀ ପ୍ରଜ୍ଞା ଟିକେଟ କରିଥିଲେ । ମାତ୍ର ସେ ବୁକ୍ କରିଥିବା ଟିକେଟ ନ ମିଳିବାରୁ ବିମାନ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଅବତରଣ ପରେ ମଧ୍ୟ ବିମାନରୁ ଓହ୍ଲାଇବାକୁ ମନା କରି ଦେଇଥିଲେ।
ଗଣମାଧ୍ୟମକୁ ଠାକୁର କହିଛନ୍ତି, ବୁକ୍ ହୋଇଥିବା ସିଟ୍ ସେମାନେ ମୋତେ ଦେଲେ ନାହିଁ। ନିୟମ ଦର୍ଶାଇବାକୁ ମୁଁ ସେମାନଙ୍କୁ କହିଲି ଓ ନିର୍ଦେଶକଙ୍କୁ ଡକାଇ ଅଭିଯୋଗ ଦାଖଲ କଲି।
ସାଧ୍ୱୀ ପ୍ରଜ୍ଞା ଏୟାର୍ଲାଇନ୍ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି ବୋଲି ଏୟାର୍ପୋର୍ଟର ନିର୍ଦେଶକ ଅନୀଲ ବିକ୍ରମ ମଧ୍ୟ କହିଛନ୍ତି।