ସ୍ମିତାରାଣୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ଦେଲା ବିଜେପି

ଭୁବନେଶ୍ୱର:ଆଜି ପୁଣି ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିଜେପିର ପ୍ରତିବାଦ । ଆଜି ଏହି ପ୍ରସଙ୍ଗରେ ବିଜେପିର ସମସ୍ତ ବିଧାୟକ ଗୃହରେ ଉପସ୍ଥିତ ନ ରହିବା ସହ ଏକ ଯାତ୍ରାରେ ବାହାରି ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । 

ଗୃହରେ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ଦାବୀର ସୁଯୋଗ ନ ପାଇବାରୁ କଳା ଗାମୁଛା ଓ ମୁହାଁରେ କଳା ପଟି ବାନ୍ଧି ଏକ ଯାତ୍ରାରେ ବାହାରି ବିଜେପି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛି । ସେଠାରେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ସିବିଆଇ ତଦନ୍ତ ସାଙ୍ଗକୁ ଯାଜପୁର ଏସପି ଚରଣ ସିଂହ ମୀନା ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବୀ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିି ଫେରାଦ ଦେଇଛି ବିଜେପି ଦଳ । ସରକାରଙ୍କ ବିରୋଧରେ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଶନିବାର ଠାରୁ କଳା ପଟି ବାନ୍ଧି ଗାନ୍ଧୀ ମୂର୍ତ୍ତି ଆଗରେ ଧାରଣା ଦେଇଥିଲା ବିଜେପି । ତେବେ ବର୍ତ୍ତମାନ ଠାରୁ ଗୃହ କାର୍ଯ୍ୟରେ ବିଜେପି ଭାଗ ନେବ ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି ।