ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ଭେଟିଲା ବିଜେପି ମହିଳା ପ୍ରତିନିଧି ଦଳ

ଭୁବନେଶ୍ୱର:କଟକ ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ରଙ୍କୁ ହତ୍ୟା କରାଯାଇ ବସ୍ତାରେ ବାନ୍ଧି ବିଲୁଆଖାଇ ନଦୀ ପଠାରେ ପକାଇବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ।  ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥିତ ଓ  ପୋଲିସର ଅପାରଗତା ଯୋଗୁଁ ମୃତ ଷ୍ଟାଫ ନର୍ସ ନିହାରିକା ନିଖୋଜ ହେବାର ୧୦ ଦିନ ପରେ ବି  ଅପରାଧୀ ଧରା ପଡିନାହିଁ । ଏନେଇ ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଛସ୍ତରୀୟ ପ୍ରତିନିଧି ଦଳ ନିହାରିକାଙ୍କ ପରିବାରୁ ଭେଟିଛି । 

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଆଜି ଭିଙ୍ଗାରପୁରସ୍ଥିତ ମୃତ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛି । ଏହି ପ୍ରତିନିଧି ଦଳ ମୃତକଙ୍କ ଶବ ମିଳିଥିବା ବିଲୁଆଖାଇ ନଦୀ ପଠା ଏବଂ ସେ କାର୍ଯ୍ୟରତ ଥିବା କଟକସ୍ଥିତ ନର୍ସିଂହୋମ ପହଂଚି ତଦନ୍ତ କରିବେ । ଏହାପରେ ପ୍ରତିନିଧୀ ଦଳ କଟକଠାରେ ପୋଲିସ ଡିଜିଙ୍କୁ ସାକ୍ଷାତ କରି ଘଟଣାର ସଂପୃକ୍ତ ଥିବା ଅପରାଧୀକୁ ତୁରନ୍ତ ଧରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିବେ ।