ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ତାଲିକା: କଟିଲା ସୁଷମାଙ୍କ ଟିକେଟ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ୪ଟି ଲୋକସଭା ଆସନ ପାଇଁ ବିଜେପି ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିର ଭୋପାଳ ଲୋକସଭା ଆସନ ପାଇଁ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ୍‍ ପ୍ରଦାନ କରାଯାଇଛି। ତେବେ କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଟିକେଟ୍‍ କାଟି ଦିଆଯାଇଛି। ସୁଷମାଙ୍କ ସ୍ଥାନରେ ତାଙ୍କ ବିଦିଶା ଲୋକସଭା ଆସନରୁ ରମାକାନ୍ତ ଭାର୍ଗବଙ୍କୁ ଟିକେଟ ଦିଆଯାଇଛି। ଗୁନାରୁ କେପି ଯାଦବ ଏବଂ ସାଗର ଲୋକସଭା ଆସନରୁ ରାଜବାହାଦୁର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।
ବିଜେପିରେ ଯୋଗଦେବାର ମାତ୍ର ୬ ଘଣ୍ଟା ପରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ ମିଳିଛି। ସେ ଭୋପାଳ ଲୋକସଭା ଆସନରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ପ୍ରାର୍ଥୀ ହେବେ। ସାଧ୍ୱୀ ପ୍ରଜ୍ଞାଙ୍କ ନାମକୁ ନେଇ ଜାତୀୟ ଓ ରାଜ୍ୟ ନେତୃବୃନ୍ଦ ସହମତି ଜଣାଇବା ପରେ ତାଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ତେବେ ଆରଏସ୍‍ଏସ୍‍ର ସୁପାରିଶ କ୍ରମେ ସାଧ୍ୱୀ ପ୍ରଜ୍ଞାଙ୍କୁ ଦଳରେ ସାମିଲ କରାଯାଇଥିବା କୁହାଯାଉଛି।