ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀଙ୍କୁ କରୋନା

ନୂଆଦିଲ୍ଲୀ:ରାଜନୀତିରେ ବି ସକ୍ରିୟ ହେଉଛି କରୋନା। ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀଙ୍କୁ କରୋନା। ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ରିପୋର୍ଟ ପଜିଟିଭରେ ଆସିବା ପରେ ଉତ୍ତରାଖଣ୍ଡରେ ସଂଗରୋଧରେ ରହିଛନ୍ତି ଉମାଭାରତୀ। ଗତକାଲି କରୋନା ପରୀକ୍ଷା କରାଇଥିଲେ, ଯାହାପରେ ରିପୋର୍ଟ ପଜିଟିଭ୍ ଆସିଛି ।

ରିପୋର୍ଟ ପଜିଟିଭ୍ ଆସିବା ପରେ ପରେ ନିଜକୁ କ୍ୱାରେଂଟିନରେ ରଖିଛନ୍ତି ବିଜେପି ନେତ୍ରୀ। ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି ଉମାଭାରତୀ । ତାଙ୍କ ସଂପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର କୋଭିଡ ଟେଷ୍ଟ କରାଇବା ସହିତ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ଉମାଭାରତୀ ।