ଋଷିକେଶରେ ଖସିପଡି ଆହତ ହେଲେ ଉମାଭାରତୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀ ଆହତର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି । ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସଂପର୍କରେ ଉମାଭାରତୀ ଟୁଇଟରରେ ସୂଚନା ଦେଇଛନ୍ତି । 

ସେ ରବିବାର ଅପରାହ୍ଣରେ ଋଷିକେଶରେ ବ୍ରହ୍ମପୁରୀ ଆଶ୍ରମ ନିକଟରେ ଖସିପଡ଼ିଥିଲେ । ସୂତ୍ର ଅନୁସାରେ ପ୍ରଥମେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ କିନ୍ତୁ ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଘାତ ପାଇବା ପରେ ସେ ଟୁଇଟରେ ଲେଖିଛନ୍ତି, ତାଙ୍କର ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଛି ଏବଂ ଏହା ଆଗାମୀ ଏକ ମାସ ଯାଏଁ ରହିବ । ଡାକ୍ତରୀ ଟିମ ମୋତେ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଉମାଭାରତୀ ଏବେ ଗଙ୍ଗୋତ୍ରୀ ଗସ୍ତରେ ଅଛନ୍ତି ।