ବିଜେପି ଛାଡି ସୁବାସ ଚୌହାନ, ତେବେ କାହିଁକି କାନ୍ଦିଲେ ପଢନ୍ତୁ

ଭୁବନେଶ୍ବର :  ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହାନ। ବରଗଡ଼ରୁ ବିଜେପି ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ବେଳେ ତାଙ୍କୁ ନମିଳିବାରୁ ସେ ଦଳ ଛାଡ଼ିଛନ୍ତି  ।  ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି ।  ତାଙ୍କ ବିରୋଧରେ ଷ ଡ଼ଯନ୍ତ୍ର କରି ଟିକେଟ୍ କଟାଯାଇଛି ବୋଲି ଅଭିଯୋଗ କରିଛନ୍ତି ସୁବାସ । ବିଜେପି ଏବେ ଜଣେ ବ୍ୟକ୍ତିଙ୍କ ଜାଗିର ହୋଇଯାଇଛି । ତାଙ୍କୁ ସୁରକ୍ଷା ଦେବା ପାଇଁ ସଂଘ ପରିବାରକୁ ବ୍ୟବହାର କରାଯାଉଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ସୁବାସ । ପୂର୍ବରୁ ବରଗଡ଼ରେ ସୁବାସଙ୍କୁ ଟିକେଟ୍ ନ ଦେଇ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । 

ବିଜେପି ଛାଡିବା ପରେ ସୁବାସ ମନର କୋହ ସମ୍ଭାଳି ପାରି ନଥିଲେ । ଗଣମାଧ୍ୟମ ଆଗରେ ନିଜ ପତିକ୍ରିୟା ରଖିବା ବେଳେ କାନ୍ଦି ପକାଇଥିଲେ । ତାଙ୍କ ଆଖିରୁ ଲୁହ ଝରିଥିଲା ।  ଦଳରେ ଦୀର୍ଘ ବର୍ଷ ଧରି କାମ କରୁଥିବା ସୁବାସ ଦଳରୁ ନିଜ ସଂପର୍କ ତୁଟାଇବାବେଲେ ଭାବ ପ୍ରବଣ ହେବା ପରି ଲାଗୁଥିଲେ । ପାର୍ଠି ଅଫିସରେ କିଛି ସମୟ ବୁଲା ବୁଲି କଲେ । ଦଳ ତରଫରୁ ଦିଆଯାଉଥିବା ସରବତ ପିଇଲେ ଏହା ସହ ଅଳିଆ ପଡିଥିବା ଦେଖି ସଫା କରିବାକୁ ପରାମଶ୍ୟ ବି ଦେବା ଦେଖିବାକୁ ମିଳିଥିଲା ।

ଶ୍ରୀ ଚୌହାନଙ୍କ ବଦଳରେ ବରଗଡ଼ ଲୋକସଭା ଆସନରୁ ସୁରେଶ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଛି। ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ଚୌହାନ ସୋଶିଆଲ ମିଡିଆରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସେ କହିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ୩୦ବର୍ଷ ଧରି ସେ ରାଷ୍ଟ୍ରସେବା କରିବାର ସୁଯୋଗ ପାଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ୩.୭୨ଲକ୍ଷ ଭୋଟ୍ ପାଇଥିଲେ।

ଗତ ୫ବର୍ଷ ଧରି କଠିନ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କ ସୁଖ ଦୁଃଖର ସାଥୀ ହୋଇପାରିଛନ୍ତି। ବରଗଡ଼ର ଲୋକମାନେ ତାଙ୍କୁ ବିପୁଳ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କର ଟିକେଟ କାଟି ଦିଆଯାଇଥିଲା ବୋଲେ ଅଭିଯୋଗ କରିଥିଲେ ସୁବାସ। ଲୋକଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ୱ ଦିଆଯିବା ସହ ବିଜେପୁରରୁ ଲଢ଼ିବାକୁ କୁହାଯାଇଥିଲା। କିନ୍ତୁ ସେ ବିଜେପୁର ପାଇଁ ବିଜେପି ଟିକେଟକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବ୍ୟକ୍ତିଗତ ସ୍ବାର୍ଥ : ବିଜେପି

ବିଜେପିରୁ ସୁବାସ ଚୌହାନ ଇସ୍ତଫା ଦେବା ପରେ  ପ୍ରତିକ୍ରିୟା ରଖିଛି ବିଜେପି । ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର  । କୌଣସି ବ୍ୟକ୍ତି ସ୍ବାର୍ଥ ସାଧନ କଥା ଚିନ୍ତା କଲେ ତାକୁ କଣ କୁହାଯିବ ବୋଲି ଗୋଲକ କହିଛନ୍ତି । ସୁବାସ ବାବୁ ଯାହା କହୁଥନ୍ତି ତାହା ଭିତ୍ତିହିନ ଓ କପଳକଳ୍ପିତ ।  ମୁଁ ଠିକ ଆଉ ଅନ୍ୟ ମାନେ ସମସ୍ତେ ଭୁଲ କହିବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛି ବିଜେପି । ଯିଏ ସଙ୍ଗଠନ କଥା କହୁଛନ୍ତି ସେ ସଙ୍ଗଠନ ପାଇଁ କାମ କରିବା କଥା । ଏହା ନକରି ଏମିତି କହିବା କେବଳ ନିଜ ସ୍ବାର୍ଥ ଲାଗି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।