ପ୍ଲାଜମା ଦେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଗତ ମାସରେ କରୋନା ଭାଇରସ ସଂକ୍ରମଣକୁ ପରାସ୍ତ କରିଥିବା ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ବର୍ତ୍ତମାନ ଅନ୍ୟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ପ୍ଲାଜମା ଦାନ କରିଛନ୍ତି। ବିଜେପି ନେତା ସମ୍ବିତ ପାତ୍ର ସୋମବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ତାଙ୍କ ପ୍ଲାଜମା ଦାନ କରିଛନ୍ତି। ଏହି ସୂଚନା ନିଜେ ସମ୍ବିତ ପାତ୍ର ଦେଇଛନ୍ତି।

ସେ କହିଛନ୍ତି ଯେ, ‘ମୁଁ ମୋର ପ୍ଲାଜମା ଦାନ କରିଛି। ମୁଁ ନିଜେ କରୋନା ଭାଇରସ ସଂକ୍ରମିତ ହୋଇ ତା’ପରେ ସୁସ୍ଥ ହୋଇଗଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଆମକୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ହେବ। ଏହି ସମ୍ବନ୍ଧରେ, ସମ୍ବିତ ପାତ୍ର ପ୍ଲାଜମା ଦାନ କରି ଅନ୍ୟ ରୋଗୀଙ୍କ ଜୀବନ ବଞ୍ଚାଇବା ସହିତ ନିବେଦନ କରିଛନ୍ତି କି, ସେମାନେ ମଧ୍ୟ ପ୍ଳାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଦରକାର।

ସୂଚନାଯୋଗ୍ୟ ଯେ, ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା କି ନାହିଁ, ସେକଥା ଜଣାପଡ଼ି ନଥିଲା। ତଥାପି କିଛି ଦିନ ସେ ହସ୍ପିଟାଲରେ ଚିକିତ୍ସା ହେବା ପରେ ଡିସଚାର୍ଜ ହୋଇଥିଲେ। ଡିସଚାର୍ଜ ବେଳେ ତାଙ୍କୁ ଘରେ ରହିବାକୁ କୁହାଯାଇଥିଲା। ହେଲେ ଆଜି ସମ୍ବିତ ପାତ୍ରା ପ୍ଲାଜମା ଦେଇ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା କଥା କହିଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ଭାଇାସ ସଂକ୍ରମିତ ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ବ୍ୟବହୃତ ହେଉଛି। ଏହି ଥେରାପି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି, କିନ୍ତୁ ଏହା ଶତପ୍ରତିଶତ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ତାହା ନୁହେଁ। ପ୍ଲାଜମା ଥେରାପିରୁ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଦିଲ୍ଲୀରେ ଏକ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି।