ବିଜୟ ମହାପାତ୍ର ଛାଡିଲେ ବିଜେପି, ଅମିତ ଶାହଙ୍କ ନିକଟକୁ ପଠାଲେ ଇସ୍ତଫା ପତ୍ର

ଭୁବନେଶ୍ୱର: ବିଜେପିରୁ ଓ ବିଧାୟକ ପଦରୁ ଦିଲ୍ଲୀପ ରାୟ ଆଜି ଇସ୍ତଫା ଦେଇଥିଲା ବେଳେ ଦଳର ଅନ୍ୟତମ ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜୟ ତାଙ୍କ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଇସ୍ତଫା ନେଇ ବିଜୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ସହ ଏହି ଅବସରରେ ବିଜେପିରେ ଯୋଗଦେବା ଘଟଣା ନେଇ ସେ ଅନୁତପ୍ତ ଥିବା ସୂଚନା ଦେଇଛନ୍ତି । ବିଜେପିରେ ଯୋଗଦେବା ତାଙ୍କର ଏକ ତରବରିଆ ଭୁଲ ନିଷ୍ପତି ଥିଲା ବୋଲି ସେ କହିବାକୁ କୁଣ୍ଠା ପ୍ରକାଶ କରିନାହାଁନ୍ତି । ଇସ୍ତଫା ଦେବା ଅବସରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର‌୍ୟ୍ୟପନ୍ଥା ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି ।

ଦଳରେ ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା କଥା ସେ କହିଛନ୍ତି । ଯେଉଁଥିପାଇଁ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ବିଜୟ କହିଛନ୍ତି ଦଳରେ ମୁଁ ସାରଥୀ ଥିଲି ମୋତେ ରାସ୍ତାରୁ ଓହ୍ଲାଇ ଦିଆଗଲା । ଦଳର ମୁଖଶାଳା ବଡ଼ ହେଲେ ବି ମନ୍ଦିର ଛୋଟ ବୋଲି ସେ ତାତ୍ସଲ୍ୟ କରିଛନ୍ତି । ତାଙ୍କ ପ୍ରତି ଯେଉଁମାନେ କଟୁ ମନ୍ତବ୍ୟ ଦେଇଛନ୍ତି ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜେପିର ମିଶନ ୧୨୦+କୁ ମଧ୍ୟ ବିଜୟ ସମାଲୋଚନା କରିଛନ୍ତି । ଏଭଳି ଆକଳନ କରି ନେତାମାନେ ଭୁଲ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି । ବିଜେପିର ଉପନିର୍ବାଚନରେ ବିଜେପି ୪୦ ହଜାର ଭୋଟରେ ହାରିବା ଘଟଣା ତାଙ୍କୁ ଚକିତ କରିଥିଲା । ଓଡ଼ିଶା ପ୍ରତି ବିଜେପିର ଆନ୍ତରିକା ନ ଥିବା ସେ ଦର୍ଶାଇôା ବେଳେ ଉଦାହରଣ ଦେଇ କହିଛନ୍ତି ମହାନଦୀ ପ୍ରସଙ୍ଗରେ ବିଜେପିର ଆନ୍ତରିକତା ଓ ନିଷ୍ଠା ନ ଥିଲା । ଏ ଘଟଣାରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏବେ ସେ ତାଙ୍କ ଭବିଷ୍ୟତ କାର‌୍ୟ୍ୟପନ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ନ କରିଥିଲେ ବି ୧୫ ଦିନ ଭିତରେ ଏହା ଉପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଦିଲ୍ଲୀପ ରାୟ ବିଦେଶ ଗସ୍ତରେ ଯାଉଥିବାରୁ ସେ ଫେରିବା ପରେ ଉଭୟ ବସି ବିଚାର ବିମର୍ଷ କରି ପରବର୍ତୀ ପଦକ୍ଷେପ ଉପରେ ନିଷ୍ପତି ନେବା ନେଇ ବିଜୟ ସୂଚନା ଦେଇଛନ୍ତି ।