କାଲି ବିଜେପିରୁ ଇସ୍ତଫା ଦେବେ ବିଜୟ- ଦିଲ୍ଲୀପ

ଭୁବନେଶ୍ବର :   ବିଜେପିରୁ ଇସ୍ତଫା ଦେବେ ବିଜୟ ମହାପାତ୍ର। ଆସନ୍ତାକାଲି ଦିଲ୍ଲୀପ ରାୟଙ୍କ ସହିତ ବିଜୟ ମହାପାତ୍ର ମଧ୍ୟ  ବିଜେପି ଛାଡୁଥିବା ସୂଚନା ମିଳିଛି। ଦିଲ୍ଲୀପ ଓ ବିଜୟ ଆଲୋଚନା କରିଛନ୍ତି। ଆସନ୍ତାକାଲି ଉଭୟ ବିଜେପିକୁ ବାଏ ବାଏ କହିବେ। ତେବେ ଉଭୟ କୁଆଡ଼େ ଯାଉଛନ୍ତି ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଉଭୟ ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି।

ବିଜେପିକୁ ବାଏ ବାଏ କରିବେ ବିଜୟ ମହାପାତ୍ର। ଦିଲ୍ଲୀପ ରାୟଙ୍କ ସହିତ ବିଜୟ ମହାପାତ୍ର ବି ବିଜେପିକୁ ବାଏ ବାଏ କରିବେ। ଆସନ୍ତାକାଲି ଏନେଇ ଉଭୟ ବିଧିବଦ୍ଧ ଘୋଷଣା କରିବେ। ଦୁଇ ନେତା ବିଜେପିରେ କଣ ଠେସା ହୋଇ ରହିଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିଲା । ଉଭୟ ବିଜେପିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ। ତେବେ ଦିଲ୍ଲୀପ ରାୟ ଦଳ ଛାଡ଼ିବା ନେଇ ପୂର୍ବରୁ ଆଭାସ ଦେଇଥିବା ବେଳେ ବିଜୟ ମହାପାତ୍ର ଆଜି ନ୍ୟୁଜ ସେଭେନକୁ ସୂଚନା ଦେଇଛନ୍ତି ସେ ମଧ୍ୟ ବିଜେପି ଛାଡୁଛନ୍ତି।

ବ୍ରାହ୍ମଣୀରେ ଦ୍ବୀତିୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପ୍ର ସ୍ପେସାଲିଟି ହସ୍ପିଟାଲ ମାନ୍ୟତା ଦେବା ଦାବିରେ ଦିଲ୍ଲୀପ ରାୟ ବାରମ୍ବାର ସ୍ବର ଉଠାଇ ଆସୁଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ନିଜର ଅସନ୍ତୋଷ ଜାହିର କରିଥିଲେ। ତେବେ ରାଜନୈତିକ ଘଟଣା କ୍ରମମରେ ଦିଲ୍ଲୀପ ରାୟ ଏହି ପ୍ରସଙ୍ଗକୁ ନେଇ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ଆସନ୍ତାକାଲି ଦିଲ୍ଲୀପ ରାୟ ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ଲାଗି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଅବଶ୍ୟ ଦିଲ୍ଲୀପ ଏବଂ ବିଜୟ ଏକ ବିଧିବଦ୍ଧ ଆଲୋଚନା କରିବେ। ପରେ ଉଭୟ ଏନେଇ ବିଧିବଦ୍ଧ ଘୋଷଣା କରିପାରନ୍ତି।

ତେବେ ଦିଲ୍ଲୀପ ବିଜୟ ବିଜେପି ଛାଡ଼ିଲେ ଯିବେ କୁଆଡ଼େ। କୁହାଯାଉଛି ଉଭୟ କୁଆଡ଼େ ବିଜେଡି ମୁହାଁ ହେଉଛନ୍ତି। ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶାବା ପରେ ବିଜେପି ପଏଣ୍ଟ ସ୍କୋର କରିଥିବା ବେଳେ ଏବେ ବିଜେଡି ମଧ୍ୟ କାଉଣ୍ଟର ମୁଭ କରିଥିବା ଚର୍ଚ୍ଚା ହେଉଛି।