ପରୀ ସମେତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ ଜାରିରହିବ : ବିଜେପି

‘ପରୀକୁ ନ୍ୟାୟପାଇଁ ପଦଯାତ୍ରା’

ଭୁବନେଶ୍ୱର : ନୟାଗଡଜିଲ୍ଲା ଯଦୁପୁରଗାଁର ୫ ବର୍ଷୀୟଝିଅ ‘ପରୀ’ରହୃଦୟ ବିଦାରକହତ୍ୟା ଓ ତତ୍‌ସଂଲଗ୍ନ ଅଙ୍ଗଚୋରୀ ଓ ଦୋଷୀଙ୍କୁଘଂଟଘୋଡାଇବାରକୁତ୍ସୀତ ପ୍ରୟାସରାଜ୍ୟବାସିଙ୍କୁଗଭୀର ଆଘାତ ଦେଇଛି । ଖୋଦ୍ ରାଜ୍ୟସରକାରଙ୍କକ୍ଷମତାଶୀନ ପ୍ରଭାବଶାଳୀମନ୍ତ୍ରୀ ଅରୁଣସାହୁ ଦୋଷୀଙ୍କୁଘଂଟଘୋଡାଇବାସହସୁରକ୍ଷା ପ୍ରଦାନ କାରଣରୁସଂପୂର୍ଣ୍ଣ ପ୍ରଶାସନ ସ୍ଥାଣୁ ଓ ନିଷ୍କ୍ରିୟହୋଇ ପ୍ରକୃତ ଦୋଷୀକୁ ଧରିବାରେବିଫଳହୋଇଛି । ‘ପରୀ’ ହତ୍ୟାକାଣ୍ଡରସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଏବଂ ଅଭିଯୁକ୍ତଙ୍କୁଘଂଟଘୋଡାଇବାସହସେମାନଙ୍କୁସୁରକ୍ଷା ପ୍ରଦାନ କରୁଥିବାରାଜ୍ୟମନ୍ତ୍ରୀମଣ୍ଡଳର ପ୍ରଭାବଶାଳୀମନ୍ତ୍ରୀ ଅରୁଣସାହୁଙ୍କୁତୁରନ୍ତ ବହିଷ୍କାର ପାଇଁଭାରତୀୟଜନତା ପାର୍ଟୀ ପ୍ରଥମରୁ ଦାବୀକରି ଆସୁଛି । ପରୀସମେତନିଖୋଜଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁଏହିଲଢେଇଜାରୀରହିବବୋଲିରାଜ୍ୟସଭାପତିଶ୍ରୀସମୀରମହାନ୍ତିକହିଛନ୍ତି ।
ଆଜିଭୂବନେଶ୍ୱରର ପ୍ରଭୁଶ୍ରୀଲିଙ୍ଗରାଜଙ୍କଠାରୁ ଆଶୀର୍ବାଦ ଭିକ୍ଷାକରି “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ଆରମ୍ଭ ହୋଇଛି । ୫ ଦିନ ଧରିହେବାକୁ ଥିବାଏହି ପଦଯାତ୍ରାର ପ୍ରଥମ ଦିନରେଯୋଗ ଦେଇ ମହିଳାମୋର୍ଚ୍ଚାରାଷ୍ଟ୍ରୀୟ ଅଧ୍ୟକ୍ଷାଶ୍ରୀମତୀଭନିଥା ଶ୍ରୀନିବାସନ କହିଛନ୍ତି ଯେ, ନିଖୋଜଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଆଜିଏହି ପଦଯାତ୍ରା ଆରମ୍ଭ ହୋଇଛି ।ଯେଉଁ ପର୍ଯ୍ୟନ୍ତ ଏହିଘଟଣାରସମାଧାନ ନହେବ ଓ ସେମାନଙ୍କୁ ନ୍ୟାୟ ନମିଳିବସେ ପର୍ଯ୍ୟନ୍ତ ଏହିଲଢେଇଜାରିରହିବ ।ଏହି ଅନ୍ଦୋଳନ ବର୍ତମାନ ବଡରୂପ ନେଇସାରିଛି । ଅଗାମୀ ଦିନରେ ପ୍ରତ୍ୟେକରାଜ୍ୟବାସୀଙ୍କଘରେଘରେଏହି ଆନ୍ଦୋଳନ ହେବ । ତେଣୁପରୀସମେତରାଜ୍ୟର ନିଖୋଜଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁସଂପୂର୍ଣ୍ଣଘଟଣାକୁସିବିଆଇ ଦ୍ୱାରା ତଦନ୍ତ ଏବଂମନ୍ତ୍ରୀ ଅରୁଣସାହୁଙ୍କୁମନ୍ତ୍ରୀମଣ୍ଡଳରୁବହିଷ୍କାରକରିବା ପାଇଁଶ୍ରୀମତୀଶ୍ରୀନିବାସନ ଦାବୀକରିଛନ୍ତି ।

 ଭୂବନେଶ୍ୱରସ୍ଥିତମହାପ୍ରଭୁଶ୍ରୀଲିଙ୍ଗରାଜଙ୍କମନ୍ଦିର ପ୍ରାଙ୍ଗଣରୁ ‘ପରୀ’ରଗାଁ ନୟାଗଡଜିଲ୍ଲା ଯଦୁପୁର ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ପଦଯାତ୍ରା
 ‘ପରୀ’ ହତ୍ୟାକାଣ୍ଡରସିବିଆଇ ଦ୍ୱାରା ତଦନ୍ତ ଏବଂମନ୍ତ୍ରୀ ଅରୁଣସାହୁଙ୍କୁତୁରନ୍ତ ବହିଷ୍କାର ପାଇଁ ଦାବୀ
 ପରୀସମେତ ନିଖୋଜଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁଏହିଲଢେଇଜାରୀରହିବ : ସମୀରମହାନ୍ତି
 ଏହି ଅନ୍ଦୋଳନ ବର୍ତମାନ ବଡରୂପ ନେଇସାରିଛିଏବଂ ଅଗାମୀ ଦିନରେ ପ୍ରତ୍ୟେକରାଜ୍ୟବାସୀଙ୍କଘରେଘରେଏହି ଆନ୍ଦୋଳନ ହେବ : ଭନିଥା ଶ୍ରୀନିବାସନ
 ପୋଲିସ ଓ ପ୍ରଶାସନ ପରୀହତ୍ୟାକାଣ୍ଡଘଟଣାର ତଦନ୍ତରେଗୁରୁତର ଅବହେଳାକରିଛନ୍ତିିଏବଂ ତଦନ୍ତର ଦିଗତ୍ରୁଟିପୂର୍ଣ୍ଣରହିଛି : ଡ.ସମ୍ବିତ ପାତ୍ର
 ଯାତ୍ରା ଅବସରରେ ପଦଯାତ୍ରୀଙ୍କୁବିଭିନ୍ନସ୍ଥାନରେ ଦଳୀୟକାର୍ଯ୍ୟକର୍ତାଙ୍କସମେତସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକକର୍ମୀ, ଛାତ୍ରନେତା ତଥା ସମାଜରବିଭିନ୍ନକ୍ଷେତ୍ରରନେତୃତ୍ୱମାନଙ୍କ ଦ୍ୱାରାସ୍ୱାଗତ ଓ ସମ୍ବର୍ଦ୍ଧନା

ନୟାଗଡଜିଲ୍ଲାପାଳ ଓ ଏସପିଙ୍କତରଫରୁ ଦାଖଲକାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଏବଂ ନଭେମ୍ବର ୯ ରେଭିଡିଓ କନଫରେନ୍ସିଂମାଧ୍ୟମରେଉଭୟ ଅଧିକାରୀଙ୍କହାଜିରା ପରେଏନସିପିସିଆର ଆୟୋଗଜାଣିବାକୁ ପାଇଛନ୍ତି ଯେ, ପୋଲିସ ଓ ପ୍ରଶାସନ ପରୀହତ୍ୟାକାଣ୍ଡଘଟଣାର ତଦନ୍ତରେଗୁରୁତର ଅବହେଳାକରିଛନ୍ତିଏବଂ ତଦନ୍ତର ଦିଗତ୍ରୁଟିପୂର୍ଣ୍ଣରହିଛି । ଯାହାଦ୍ୱାରା ନାବାଳିକାହତ୍ୟାକାଣ୍ଡଭଳିସମ୍ବେଦନଶୀଳଘଟଣାରେ ତଦନ୍ତ ପ୍ରକ୍ରିୟାରେବିଳମ୍ବ ଘଟିଛି ।ତେଣୁଏହିଘଟଣାର ତଦନ୍ତ ଜାତୀୟସ୍ତରୀୟସଂସ୍ଥା ଦ୍ୱାରାକରିବା ପାଇଁ ଆୟୋଗକହିଛନ୍ତି । ତେଣୁରାଜ୍ୟସରକାର ପ୍ରଥମେମନ୍ତ୍ରୀ ଅରୁଣସାହୁଙ୍କୁମନ୍ତ୍ରୀମଣ୍ଡଳରୁବହିଷ୍କାରକରିବାସହସଂପୂର୍ଣ୍ଣଘଟଣାକୁସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ କରିବା ପାଇଁରାଷ୍ଟ୍ରୀୟମୁଖପାତ୍ରଡ.ସମ୍ବିତ ପାତ୍ର ପଦଯାତ୍ରା ଅବସରରେ ଦାବୀକରିଛନ୍ତି ।
ଆଜିଠାରୁ ଆରମ୍ଭ ହୋଇଥିବା ୫ ଦିନିଆ ପଦଯାତ୍ରା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତହେବ । ପ୍ରଥମ ଦିନରେଏହି ପଦଯାତ୍ରାଭୂବନେଶ୍ୱରରୁବାହାରିଜାଁଳାଠାରେରାତ୍ରଯାପନ କରିବ । ଆସନ୍ତାକାଲି ୨୧ ତାରିଖ ଦିନ ଜାଁଳାରୁସାରୁଅ, ୨୨ ତାରିଖରେସାରୁଆରୁବୋଲଗଡ (ପିଚୁକୁଳି), ୨୩ ତାରିଖରେବୋଲଗଡ (ପିଚୁକୁଳି)ରୁଇଟାମାଟିଏବଂ ୨୪ ତାରିଖରେଇଟାମାଟିରୁ ନୟାଗଡହୋଇ ଯଦୁପୁରଠାରେ ଯାତ୍ରାସମାପ୍ତ ହେବ ।
ଏହି ପଦଯାତ୍ରାର ପ୍ରଥମ ଦିନରେବିରୋଧୀ ଦଳ ଉପନେତାବିଷ୍ନୁସେଠୀ, ବରିଷ୍ଠନେତ୍ରୀସୁରମା ପାଢୀ, ରାଜ୍ୟଉପସଭାପତିଭୃଗୁବକ୍ସିପାତ୍ର, ପ୍ରଭାତୀ ପରିଡା, ଅନୀତାଶୁଭଦର୍ଶିନୀ, ରାଜ୍ୟସାଧାରଣସଂପାଦକ ପୃଥ୍ୱୀରାଜହରିଚନ୍ଦନ, ଗୋଲକମହାପାତ୍ର, ଡ.ଲେଖାଶ୍ରୀସାମନ୍ତସିଂହାର, ରାଜ୍ୟସଂପାଦକ କାଳନ୍ଦୀସାମଲ, ଅମର ନାୟକ, ପିଙ୍କି ପ୍ରଧାନ,ସିପ୍ରାବାଜପେୟୀ,ରାଜ୍ୟମୁଖପାତ୍ରସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଡ.ଯତୀନ ମହାନ୍ତି, ବିରଂଚିତ୍ରିପାଠୀ, ଠାକୁରରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ, ସୋନାଲିସାହୁ, ମହିଳାମୋର୍ଚ୍ଚାରାଜ୍ୟସଭାନେତ୍ରୀସ୍ମୃତି ପଟ୍ଟନାୟକ, ଭୂବନେଶ୍ୱରଜିଲ୍ଲାସଭାପତିବାବୁସିଂ,ଜଗନ୍ନାଥ ପ୍ରଧାନ, ହରେକୃଷ୍ନଖୁଂଟିଆଙ୍କସମେତହଜାରହଜାରକାର୍ଯ୍ୟକର୍ତାସାମିଲହୋଇଥିଲେ । ଯାତ୍ରା ଅବସରରେ ପଦଯାତ୍ରୀଙ୍କୁବିଭିନ୍ନସ୍ଥାନରେ ଦଳୀୟକାର୍ଯ୍ୟକର୍ତାଙ୍କସମେତସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକକର୍ମୀ, ଛାତ୍ରନେତା ତଥା ସମାଜରବିଭିନ୍ନକ୍ଷେତ୍ରରନେତୃତ୍ୱମାନେ ସ୍ୱାଗତ ଓ ସମ୍ବର୍ଦ୍ଧନାଜଣାଇଥିଲେ ।