ପୁଣି ବିଜେପିରେ ସାମିଲ ହେଲେ ବିଜେଡି ନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି କିଛି ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଏବଂ ବୀରମିତ୍ରପୁର ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଜୀବ ପ୍ରସାଦ ସିଂଦେଓଙ୍କ ସହ ଶତାଧିକ କର୍ମୀ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ସେହିପରି ମୟୂରଭଂଜ ବ୍ଲକ ଅଧ୍ୟକ୍ଷ କୁମାରୀ ମୁର୍ମୁ, ଉଦଳା ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲଳିତା ବିଶୋଇ, ଉଦଳା ବ୍ଲକର ଉପାଧ୍ୟକ୍ଷ ପରେଶ କୁମାର ବେହେରା ଆଜି ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଉଦଳା ନିର୍ବାଚନ ମଣ୍ଡଳୀର ବୁହ ସରପଂଚ, ପୂର୍ବତନ ସରପଂଚ, ସମିତି ସଭ୍ୟ, ପୂର୍ବତନ ସମିତି ସଭ୍ୟ, ନେତା ଏବଂ କର୍ମୀ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଉଦଳା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ବାହିନୀର ସଭାପତି ସୁନୀଲ କୁମାର ମାରାଣ୍ଡି, ବିଜୁ ଯୁବ ବାହିନୀର ସଂପାଦକ ମଥୁରାୀ ହାଁସଦା, ଖୋରଡା ଗ୍ରାମପଂଚାୟତର ସଭାପତି ଚରଣେଶ୍ୱର ବାରିକ, ଉଦଳା ବ୍ଲକର ସଂପାଦକ ସୌରୂପ କୁମାର ମହାପାତ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି।