ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଦାୟୀତ୍ବ

ସିଏଏ ସଚେତନତା ଅଭିଯାନ

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟରେ ଗୁରୁତ୍ବ ପୂର୍ଣ୍ଣ ଦାୟୀତ୍ବ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ସଂପର୍କ ଅଭିଯାନ ବଢାଇବା ଦାୟୀତ୍ବ ଦେଇଛିଦଳ ।  ନାଗରିକତା ଅଧିକାର ସଂଶୋଧନ ଆଇନ୍(ସିଏଏ)କୁ ନେଇ ବିଜେପି ଚଳିତ ମାସ ୫ତାରିଖରୁ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀର ଦାୟିତ୍ବ ଦିଆଯାଇଛି। ଅର୍ଥାତ୍ ସିଏଏ ବାରଣାସୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଉକ୍ତ ଆଇନ୍ ସମ୍ପର୍କରେ ସଚେତନ କରିବେ ଏବଂ ଏହା ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଉଦ୍ୟମ କରିବେ।

୫ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଜେପିର ଏହି ଅଭିଯାନର ଶୁଭାରମ୍ଭ କରିବେ। ଏହା ପରେ ଦୂର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଗାଜିଆବାଦରେ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରେ,କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀ ନାଗପୁରରେ,ଡି ସଦାନନ୍ଦ ଗୌଡ଼ା ବେଙ୍ଗାଲୁରୁରେ,କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜୟପୁରରେ,ରବିଶଙ୍କର ପ୍ରସାଦ ଫରିଦାବାଦରେ,ଥାଓ୍ବର ଚନ୍ଦ ଗେହଲୋତ ରାୟପୁରରେ, ଅର୍ଜ୍ଜୁନ ମୁଣ୍ଡା ଜାମସେଦପୁରରେ ଏବଂ ପୀୟୁଷ ଗୋୟଲ ମୁମ୍ବାଇରେ ଏହି ଅଭିଯାନ ଚଳାଇବେ।