ବିଜେପିରୁ ନିଲମ୍ବିତ ହେଲେ ବିଧାୟକ କୁଳଦୀପ ସିଂହ ସେଙ୍ଗର

ଲକ୍ଷ୍ନୌ : ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେଙ୍ଗର ଉନ୍ନାଓର ବାଙ୍ଗରମଊରୁ ବିଜେପି ବିଧାୟକ ଥିଲେ । ତେବେ ସେ ପ୍ରଥମରୁ ନିଲମ୍ବିତ ଥିଲେ ଏବଂ ଏହି ମାମଲାରେ ଏବେ ସିବିଆଇ ଯାଂଚ୍ ଚାଲିଛି ବୋଲି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି । ସେହି ସମୟରେ ଗତକାଲି ଦୁଷ୍କର୍ମ ପୀଡିତାଙ୍କ ସହ ହୋଇଥିବା ଦୁର୍ଘଟଣାରେ ସେ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । କେଜିଏମୟୁରେ ତାଙ୍କର ଚିକିତ୍ସା ଚାଲିଛି । ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସେଠାରେ ପହଁଚି ପୀଡିତାଙ୍କ ପରିବାରକୁ ଆଶ୍ୱସନା ଦେଇଛନ୍ତି ।