ମହାରାଷ୍ଟ୍ର ନିର୍ବାଚନ: ଘୋଷଣା ପତ୍ର ଜାରି କଲା ବିଜେପି

ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଜାରି କରାଯାଇଥିଲା । କେନ୍ଦ୍ର ଅର୍ଥବ୍ୟବସ୍ଥା ଓ ଟ୍ରିଲିୟନ ଡଲାର ଇକୋନୋମିକୁ ନଜରରେ ରଖି ଏହାର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଏହାସହ ଯୁବକଙ୍କ ପାଇଁ ରୋଜଗାର ବାବଦରେ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି । ବିଜେପି ଏଥିରେ ନିଜର ୫ ବର୍ଷର ସରକାରରେ ଏକ କୋଟି ଚାକିରି ଦେବ ବୋଲି କହିଛି ।

ଘୋଷଣା ପତ୍ର ଜାରି କରିବା ପୂର୍ବରୁ ବିଜେପି ନିଜର ଏକ ଥିମ୍ ସଙ୍ଗ୍ ଲଂଚ୍ କରିଛି । ଏହାସହ ବିଧାନ ପରିଷଦରୁ ଇସ୍ତଫା ଦେଇ ରାମରାଜ ବାଡକତେ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ଘୋଷଣା ପତ୍ରର ମୁଖ୍ୟ ପ୍ରତିଶ୍ରୁତି

୧ କୋଟି ଚାକିରି

ବିଭିନ୍ନ ନଦୀର ସଂଯୋଗୀକରଣ

ବର୍ଷା ଏବଂ ବନ୍ୟା ସମୟରେ ସମୁଦ୍ରକୁ ଚାଲିଯାଉଥିବା ପାଣିକୁ ମରୁଡି ଅଂଚଳକୁ ପଠାଯିବ

ଟ୍ରିଲିୟନ ଡଲାରର ଇକୋନୋମି ପାଇଁ ରୋଡ୍ ମ୍ୟାପ

୫ ବର୍ଷରେ ୫୯ ଲକ୍ଷ ରୋଜଗାର

ଏହି ଅବସରରେ ଜେପି ନଡ୍ଡା କହିଥିଲେ ଯେ, ଜେବେନ୍ଦ୍ର ଫଡନାବୀସ ମହାରାଷ୍ଟ୍ର ରାଜନୀତିର ମୂଳକୁ ପରିବର୍ତନ କରିଛନ୍ତି । ୫ ବର୍ଷ ପୂର୍ବ ଏହା ଏକ ଦୁର୍ନୀତିଗ୍ରସ୍ତ ରାଜ୍ୟ ଥିଲା । ମୁଖ୍ୟମନ୍ତ୍ରୀ ପଦବୀ ଏକ ମ୍ୟୁଜିକାଲ ଚେୟାର ଭଳି ଥିଲା । ଆଜି ଏକା ଏକ କରଫସନ ଫ୍ରି ରାଜ୍ୟ । ରାଜ୍ୟରେ ସ୍ୱଚ୍ଛତା ଆସିଛି । ଏହାସହ ଗତ ୫ ବର୍ଷ ମଧ୍ୟରେ ୫୯ ଲକ୍ଷଙ୍କୁ ରୋଜଗାର ମିଳିଛି ।