ମେଡ଼ିକାଲରେ ଶବରୁ ଆଖି ଗାଏବ ଘଟଣା : ବିଜେପି ପକ୍ଷରୁ ଆସନ୍ତାକାଲି ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ: ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବୀ କରଛି ବିଜେପି । ଏହି ପରି ନୀନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି । 

ସୂଚନାନୁସାରେ, ନିକଟରେ  ୪ବର୍ଷ ଝିଅର ଅନୁଗୁଳ ମେଡ଼ିକାଲରେ ଆଖି ତାଡ଼ି ନେବାର ପୁଣି ସମାନ ଦୃଶ୍ୟ ଆଜି ଜଣେ ବ୍ୟକ୍ତିଙ୍କର ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା । ଏପରି ଘଟଣା ବାରମ୍ବାର ଘଟୁଥିବା ହେତୁ ବିଜେପି ପକ୍ଷରୁ ଆନୁଗଳ ଚିକିତ୍ସାଳୟକୁ କଡ଼ା ସମାଲୋଚନା କରାଯାଇଛି । ଏହା ସହ ଜିଲ୍ଲା ବିଜେପି ଲଗାତାର ଶବଗୃହରୁ ଏହି ଆଖି ଗାଏବ ଘଟଣାର ତଦନ୍ତ ଦାବୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି । ଏହି ଘଟଣାକୁ ପ୍ରତିୀବାଦ କରି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି । 

ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା । ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି ଗାଏବ ଥିବା ଦେଖିବାକୁ ମିଳିଥିଲା । କାଲି ରାତିରେ ମୃତଦେହରୁ ଆଖି ତାଡିନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ନେଇ ଏଯାଏଁ ଅନୁଗୁଳ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।   ମୃତକ ହେଲେ କୁଶକିଳାଗାଁର ୩୫ ବର୍ଷ ବୟସ୍କ ଜମ୍ବେଶ୍ୱର ନାୟକ ।

ସୂଚନାଯଗ୍ୟେ ଯେ, ଜୁଲାଇ ୧୯ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୪ବର୍ଷର ମୃତ ଶିଶୁକନ୍ୟାର ଆଖି ନଥିବା ଅଭିଯୋଗ ହୋଇଥିଲା । ଅସୁସ୍ଥ ଝିଅର ମୃତ୍ୟୁ ପରେ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ଶବକୁ କାଲି ମର୍ଗରେ ରଖାଯାଇଥିଲା । କିନ୍ତୁ ପୋଷ୍ଟମର୍ଟମ ପାଇଁ ନେବା ବେଳେ ଆଖି ନଥିବା ଦେଖାଯାଇଥିବାରୁ ମୃତ ଝିଅର ବାପା ଡାକ୍ତରଖାନା ନାଁରେ ଅଭିଯୋଗ କରିଥିଲେ । ମେଡ଼ିକାଲ କର୍ତ୍ତୃପକ୍ଷ କୈାଣସି ପ୍ରତିକ୍ରିୟା ଦେଇନଥିଲେ ।