ତେଲ ବାହାନାରେ ଧର୍ମେନ୍ଦ୍ରଙ୍କ ଉପରେ ରାଜନୈତିକ ଆକ୍ରମଣର ବାହାନା କରିଛି ବିଜେଡ଼ି : ବିଜେପି

ଭୁବନେଶ୍ୱର : ଦେଶରେ ତୈଳଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ବିଜେଡ଼ିର ଆନ୍ଦୋଳନ ସାଧାରଣ ଗରିବ ଓଡ଼ିଆ ଲୋକଙ୍କୁ ଲାଭ ପହଂଚାଇବା ପାଇଁ ଉଦ୍ଦିଷ୍ଟ ନୁହେଁ । ବିଜେଡ଼ି ତେଲ ବାହାନାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କେବଳ ରାଜନୈତିକ ଆକ୍ରମଣର ଯୋଜନାରେ କାମ କରୁଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେଶରେ ତୈଳ ଦର କମାଇବା ପାଇଁ ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସ୍ଟିରେ ସାମିଲ କରାଯାଇ ଜରୁରୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଯଦି ପେଟ୍ରୋଲଜାତ ଦ୍ରବ୍ୟକୁ ଜିଏସ୍ଟି ପରିସର ଭୁକ୍ତ କରାଯାଏ ତେବେ ସାଙ୍ଗେ ସାଙ୍ଗେ ୨୦ରୁ ୨୫ ପ୍ରତିଶତ ମୂଲ୍ୟହ୍ରାସ ଘଟିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଏସ୍ଟି କାଉନସିଲ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ କରି ପେଟ୍ରୋଲଜାତ ଦ୍ରବ୍ୟ ମୂଲ୍ୟ

କମ୍ କରିବା ପାଇଁ କାହିଁକି ନେତୃତ୍ୱ ନେଉନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଗଣତନ୍ତ୍ରରେ ପ୍ରତିବାଦ ଓ ବିକ୍ଷୋଭ ବିଜେଡ଼ିର ରାଜନୈତିକ ଅଧିକାର । ମାତ୍ର ବିଜେଡ଼ିର ଆନ୍ଦୋଳନ ପରିପ୍ରେକ୍ଷୀରେ ତୈଳ ମୂଲ୍ୟ ତଥା ଦେଶ ଓ ରାଜ୍ୟର ସାଧାରଣ ଲୋକଙ୍କ ପାଖରେ ବିକାଶର ପ୍ରତ୍ୟେକ୍ଷ ଲାଭ ପହଂଚାଇବା ପାଇଁ ମୋଦି ସରକାରଙ୍କ ଯୋଜନାକୁ ତୁଳନା କରିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଜଣାଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି କେନ୍ଦ୍ରସରକାର ତେଲ ବିକ୍ରିରୁ ଯାହା ଟିକସ ଆଦାୟ କରୁଛନ୍ତି ତାହାର ୪୨ ପ୍ରତିଶତ ଓଡ଼ିଶା ରାଜ୍ୟ ତହବିଲକୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କରି ଫେରାଇ ଦେଉଛନ୍ତି । କେନ୍ଦ୍ରୀୟ ଟିକସ ଛଡ଼ା ରାଜ୍ୟସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ଅତିରିକ୍ତ ୨୬ ପ୍ରତିଶତ ଟିକସ ଲାଗୁ କରିଛନ୍ତି ଯାହା ଆମର ପଡ଼ୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଠାରୁ ଅଧିକ ବୋଲି ଶ୍ରୀ ମହାପାତ୍ରି କହିଛନ୍ତି ।
ଆଜି ଦିନରେ ପେଟ୍ରୋଲ ପ୍ରତି ଲିଟରରେ ରାଜ୍ୟସରକାରଙ୍କ ନିଜସ୍ୱ ଟିକସ ୧୩ ଟଙ୍କା ୨୬ ପଇସା ଓ ଡିଜେଲରେ ୧୨ ଟଙ୍କା ୫୦ ପଇସା । ପେଟ୍ରୋଲ ଜାତ ଦ୍ରବ୍ୟର ରାଜ୍ୟସରକାର ନିଜସ୍ୱ ଟିକସ ବାବଦରେ ମାସକୁ ପାଖାପାଖି ୩୫୭ କୋଟି ଓ ବାର୍ଷିକ ୪୨୮୪ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ଓ ରାଜ୍ୟର ନିଜସ୍ୱ ଟିକସ ମିଶାଇଲେ ପେଟ୍ରୋଲ ଲିଟର ପିଛା ୨୨ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ପାଉଛନ୍ତି ରାଜ୍ୟ ସରକାର ।
ଶ୍ରୀ ମହାପାତ୍ର କହିଛନ୍ତି ଆଜି ଦିନରେ ଦେଶର ଇତିହାସରେ ତୈଳ ଦର ସର୍ବାଧିକ ନୁହେଁ । ସେପ୍ଟେମ୍ବର ୨୦୧୩ରେ ୟୁପିଏ ଶାସନ ସମୟରେ ତୈଳ ଦର ସର୍ବାଧିକ ଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ୟୁପିଏ ସରକାରରେ ତୈଳ ଦର ଅଧିକ ଥିଲା । ମାତ୍ର ଟିକସ ଅର୍ଥର ଲାଭ ଦେଶର ସାଧାରଣ ଲୋକଙ୍କ ପାଖରେ ପହଂଚୁନଥିଲା । ମୋଦି ସରକାରରେ ତୈଳ ଟିକସରୁ ରୋଜଗାର ହେଉଥିବା ଅର୍ଥ ସିଧାସିଧା ଲୋକ ଓ ସାଧାରଣ ଲୋକଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ଆସୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ମୋଦି ସରକାର ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶ ପାଇଁ ଗତ ଦିନ ମାନଙ୍କରେ ୪ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଆସିଛି । ସରକାର ନେଉଥିବା ଟିକସକୁ ଓଡ଼ିଶାରେ ରେଳ ବିକାଶ ବାବଦରେ ୧୪, ୯୦୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୟୁପିଏର ୧୦ ବର୍ଷ ଶାସନରେ ଓଡ଼ିଶାକୁ ୧୩୫୮ କିଲୋମିଟର ଜାତୀୟ ରାଜପଥ ଥିବାବେଳେ ମୋଦି ସରକାର ଦାୟିତ୍ୱ ନେବା ପରେ ଆଉ ୪୭୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣର ଯୋଜନା ତିଆରି ହୋଇଛି । ଓଡ଼ିଶାର ଗରିବ ଲୋକମାନଙ୍କ ପାଇଁ ପକ୍କା ଘର ଯୋଜନାରେ ଘର ୟୁନିଟ୍ର ମୂଲ୍ୟ ବୃଦ୍ଧି ହେବା ସହ ଘର ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି । ୧୦ ଲକ୍ଷରୁ ଊଦ୍ଧ୍ୱର୍ କଚ୍ଚା ଘରେ ରହୁଥିବା ଲୋକଙ୍କ ଘରକୁ ପକ୍କା କରାଯିବା ପାଇଁ ଆର୍ଥିକ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରେକର୍ଡ ୬,୫୧୧କୋଟି ଅନୁଦାନ ମିଳି ସାରିଛି । ୨୬ ଲକ୍ଷ ଘରେ ପାଇଖାନା,୧୬ ଲକ୍ଷ ଗରିବ ମା ପାଖରେ ଏଲପିଜି ସଂଯୋଗ ପହଂଚିସାରିଛି । କେବଳ ପେଟ୍ରୋଲିୟମ ବିଭାଗର ୧,୨୫,୦୦୦ କୋଟି ଟଙ୍କା ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି । ମୋଦି ସରକାର ଦେଶର ବିକାଶରେ ଗରିବ ଲୋକଙ୍କୁ ଅଧିକ ଭାଗ ଯୋଗାଇ ଦେବା ଯୋଜନାରେ ଟିକସରେ ମିଳୁଥିବା ଅର୍ଥକୁ ଦେଶର ଗରିବ ତଥା ଭିତିଭୂମିର ବିକାଶର ପ୍ରାଧାନ୍ୟ ଦେଇ କାମ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେଡିର ତଥ୍ୟ ସହ ସରକାରୀ ତଥ୍ୟ ହିସାବ କଲେ ଏଥିରେ ବିଜେଡିର ଅସଲମୁଖା ପଦାରେ ପଡିଯାଉଛି । ଗତ ୫ ସେପ୍ଟେମ୍ବର ୨୦୧୮ରେ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଏକ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ସୂଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାର୍ଚ୍ଚ ୨୦୧୮ ସୁଦ୍ଧା ସାମିଲ କରାଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୧୬,୪୨,୭୧୧ ହିତାଧିକାରୀ ଜୁନ, ଜୁଲାଇ, ଅଗଷ୍ଟ ୨୦୧୮ରେ ରନ୍ଧନ ଗ୍ୟାସ ସିଲିଣ୍ଡର ପୁନ ଭରଣ କରିଛନ୍ତି । ତେଣୁ ଯେତେବେଳେ ନିଜର ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି କେବଳ ନିଜର ରାଜନୈତିକ ପ୍ରତିଦ୍ୱନ୍ଦୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବିଜେଡି ଦଳ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ଶ୍ରୀ ମହପାତ୍ର କହିଛନ୍ତି ।

 ମୁଖ୍ୟମନ୍ତ୍ରୀ ଜିଏସ୍ଟି କାଉନସିଲ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ କରି ପେଟ୍ରୋଲଜାତ ଦ୍ରବ୍ୟ ମୂଲ୍ୟ କମ୍ କରିବା ପାଇଁ କାହିଁକି ନେତୃତ୍ୱ ନେଉନାହାନ୍ତି ?
 କେନ୍ଦ୍ରୀୟ ଟିକସ ଛଡ଼ା ରାଜ୍ୟସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ଅତିରିକ୍ତ ୨୬ ପ୍ରତିଶତ ଟିକସ ଲାଗୁ କରିଛନ୍ତି ଯାହା ଆମର ପଡ଼ୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଠାରୁ ଅଧିକ
 ପେଟ୍ରୋଲ ଜାତ ଦ୍ରବ୍ୟର ରାଜ୍ୟସରକାର ନିଜସ୍ୱ ଟିକସ ବାବଦରେ ମାସକୁ ପାଖାପାଖି ୩୫୭ କୋଟି ଓ ବାର୍ଷିକ ୪୨୮୪ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି • ପେଟ୍ରୋଲ ଜାତ ଦ୍ରବ୍ୟରେ ୨୦୧୧ – ୧୨ ମସିହାରେ ରାଜ୍ୟ ସରକାର ୧୮୨୦ କୋଟି ରାଜସ୍ୱ ପାଇଥିଲା ବେଳେ, ୨୦୧୬-୧୭ରେ ୪,୨୮୪ କୋଟି ପାଉଛି ।
 କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ଓ ରାଜ୍ୟର ନିଜସ୍ୱ ଟିକସ ମିଶାଇଲେ ପେଟ୍ରୋଲ ଲିଟର ପିଛା ୨୨ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ପାଉଛନ୍ତି ରାଜ୍ୟ ସରକାର
 କେନ୍ଦ୍ରସରକାର ତେଲ ବିକ୍ରିରୁ ଯାହା ଟିକସ ଆଦାୟ କରୁଛନ୍ତି ତାହାର ୪୨ ପ୍ରତିଶତ ଓଡ଼ିଶା ରାଜ୍ୟ ତହବିଲକୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କରି ଫେରାଇ ଦେଉଛନ୍ତି •
 ୟୁପିଏ ସରକାରରେ ତେଲ ଦର ଅଧିକ ଥିଲା ମାତ୍ର ଟିକସ ଅର୍ଥ ବିକାଶ କାମରେ ଲୋକଙ୍କ ପାଖରେ ପହଂଚୁନଥିଲା ।
 ମୋଦି ସରକାର ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶ ପାଇଁ ଗତ ଦିନ ମାନଙ୍କରେ ୪ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଆସିଛି । •
 ଗତ ୫ ସେପ୍ଟେମ୍ବର ୨୦୧୮ରେ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଏକ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ସୂଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାର୍ଚ୍ଚ ୨୦୧୮ ସୁଦ୍ଧା ସାମିଲ କରାଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୧୬,୪୨,୭୧୧ ହିତାଧିକାରୀ ଜୁନ, ଜୁଲାଇ, ଅଗଷ୍ଟ ୨୦୧୮ରେ ରନ୍ଧନ ଗ୍ୟାସ ସିଲିଣ୍ଡର ପୁନ ଭରଣ କରିଛନ୍ତି
 ନିଜର ରାଜନୈତିକ ପ୍ରତିଦ୍ୱନ୍ଦୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବିଜେଡି ଦଳ ଔଷଧ ବିକଳରେ ତାଟିଆ କାମୁଡୁଛି