“ମୋଦୀ ରଙ୍ଗ ଲାଗିଲା’’ ନିର୍ବାଚନ କ୍ୟାସେଟ ଉନ୍ମୋଚିତ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ ରଣନୀତି ଅପଣାଇ ଥିବା ବେଳେ ଗୁରୁବାର ବିଜେପି ଏକ ନିର୍ବାଚନ କ୍ୟାସେଟ ରିଲିଜ କରିଛି । ବିଜେପିର ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ​‌ଭାରତୀୟ ଜନତା ପାର୍ଟି ପକ୍ଷରୁ ପୋଷ୍ଟର ଏବଂ “ମୋଦୀ ରଙ୍ଗ ଲାଗିଲା’’ ନିର୍ବାଚନ କ୍ୟାସେଟ ଉନ୍ମୋଚିତ ହୋଇଛି । ଏହି ଅବସରରେ ଦଳୀୟ କାର୍ୟ୍ୟାଳୟରେ ବିଶ୍ୱଭୂଷଣ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଡ. ଦାମଦୋର ରାଉତ, ବିଜୟ ମହାପାତ୍ର, ଅରୁଣ ସିଂ, ପ୍ରଭାତୀ ପରିଡା ଏବଂ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ଅଭିନେତା ଅଖିଳ ଓ ଅଭିନେତ୍ରୀ ବିଦୁସ୍ମିତା ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ ।