ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ପ୍ରାର୍ଥୀ ବାବୁ ସିଂ

ଏକାମ୍ର ଭୁବନେଶ୍ୱରରେ ବାଜି ମାରିଲା ବିଜେପି । ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ । ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ଚଳିତ ନିର୍ବାଚନରେ ବିଜୟୀ ହେଇଛନ୍ତି ବାବୁ ସିଂ । ତେବେ ଏହି ଆସନରେ ପ୍ରଥମ ରାଉଣ୍ଡରୁ ହିଁ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ଶେଷରେ ଏହି ଆସନରୁ ବିଜୟୀ ହେଇଛନ୍ତି ବାବୁ ସିଂ ।

ସୂଚନାଯୋଗ୍ୟ ଯେ, ଏକାମ୍ର ଭୁବନେଶ୍ୱର ଆସନରୁ ଲଗାତାର ବିଧାୟକ ଭାବେ ନିର୍ବାଚିତ ହେଉଥିଲେ ଅଶୋକ ପଣ୍ଡା । ଆଉ ଲଗାତାର ନିର୍ବାଚନରେ ତାଙ୍କୁ କଡା ଟକ୍କର ଦେଉଥିଲେ ବାବୁ ସିଂ । ହେଲେ ଚଳିତ ନିର୍ବାଚନରେ ସେ ବାଜି ମାରିବା ସହିତ ଏକାମ୍ର ଭୁବନେଶ୍ୱରରୁ ବିଜୟୀ ହେଇଛନ୍ତି ।