ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ଆଣିଛି ନୂଆ ସକାଳ : ରୂପା ଗାଙ୍ଗୁଲୀ

ନବରଙ୍ଗପୁର ଜିଲ୍ଲା ରାଇଘରଠାରେ  ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିଶାଳ ଜନସାମବେଶ

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ସାଂସଦ ଶ୍ରୀମତୀ ରୂପା ଗାଙ୍ଗୁଲୀ ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ଆୟୋଜିତ ଏକ ବିଶ।।ଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି ।
ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି ଯେ, ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି ା କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଧର୍ମ ପରିବର୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ । ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି । କାରଣ ମୋ ବାପା ବାଲାଂଦେଶୀ ଥିଲେ । ମୋ ବାପା ଆଜି ବଂଚିଥିଲେ ସେ ଖୁସି ହୋଇଥାନ୍ତେ । ଶରଣାର୍ଥୀମାନଙ୍କ ମନରେ ସର୍ବଦା ନାଗରିକତା ପାଇବା ପାଇଁ ବ୍ୟାକୁଳତା ରହିଥାଏ । ଏହି ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛି ବୋଲି ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି । ସଭାପରେ ଶ୍ରୀମତୀ ଗାଙ୍ଗୁଲି ସମାବେଶକୁ ଆସିଥିବା ଶରଣାର୍ଥୀମାନଙ୍କ ସହ ଏହି ଆଇନର ଉପକାରିତା ସଂପର୍କରେ ବୁଝାଇଥିଲେ । ଏହି ଆଇନ ଦ୍ୱାରା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତାପ୍ରଦାନ କରାଯିବ ବୋଲି ଶ୍ରୀମତୀ ଗାଙ୍ଗୁଲୀ ଉପସ୍ଥିତ ଶରଣାର୍ଥୀଙ୍କୁ ଆଶ୍ୱସନା ଦେଇଥିଲେ ।

ସିଏଏ ସମର୍ଥନରେ ଏକ ସଚେତନତା ବାଇକ ରାଲି ଉମରକୋଟ ଠାରୁ ବାହାରି ରାଇଘର ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ଏହି ନାଗରିକତା ସଂଶୋଧନ ଆଇନ ସମାବେଶରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି ଜଗଦିଶ ବିଶୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ଯୁବମୋର୍ଚ୍ଚା ସଂପାଦକ ସନ୍ତୋଷ ମହାପାତ୍ର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନଙ୍କ ସମେତ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।