ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ବାଜି ମାରିଲା ବିଜେପି !

ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ାର ଜିଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ଆସନରେ ସମସ୍ତ ୧୯ ରାଉଣ୍ଡ ଗଣତି ଶେଷ ହୋଇଛି। ଉଭୟ ଆସନରେ ବିଜେପିର ବାଜିମାତ୍‌ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ାରେ ବିଜେପିର ଟଙ୍କଧର ତ୍ରିପାଠୀ ନିଜ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କଠାରୁ ୧୩୨୨ ଭୋଟ୍‌ରେ ବିଜୟୀ ହୋଇଥିବାବେଳେ ବ୍ରଜରାଜନଗରରେ ବିଜେଡିର ଅଳକା ମହାନ୍ତିଙ୍କୁ ପଛରେ ପକାଇ ସୁରେଶ ପୁଜାରୀ ୨୬ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିବା ଜଣାପଡ଼ିଛି।