ଜନମତ ସର୍ଭେ ୨୦୧୯: ଲୋକସଭାରେ ବିଜେପି ଆଗରେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ  ତଥା ଶେଷ ପର୍ଯ୍ୟାୟ ମତଦାନ ରବିବାର ସନ୍ଧ୍ୟାରେ ସଂପନ୍ନ  ହେବା ପରେ ଏଗଜିଟ୍ ପୋଲର ଅନୁମାନ ବିଜେପି ପାଇଁ ସୁସମ୍ବାଦ ନେଇକି ଆସିଛି। ପ୍ରାୟତଃ ସବୁ ଏଗଜିଟ୍ ପୋଲରେ ପୁଣି ଥରେ ଏନଡିଏ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ  ତଥା ଶେଷ ପର୍ଯ୍ୟାୟ ମତଦାନ ରବିବାର ସନ୍ଧ୍ୟାରେ ସଂପନ୍ନ  ହେବା ପରେ ଏଗଜିଟ୍ ପୋଲର ଅନୁମାନ ବିଜେପି ପାଇଁ ସୁସମ୍ବାଦ ନେଇକି ଆସିଛି। ପ୍ରାୟତଃ ସବୁ ଏଗଜିଟ୍ ପୋଲରେ ପୁଣି ଥରେ ଏନଡିଏ ସରକାର ଗଠନ କରୁଥିବା ସଙ୍କେତ ମିଳିଛି। ସେ ଟାଇମ୍ସ ନାଓ ଭିଏମଆର ହେଉକି ରିପବ୍ଲିକ ସି ଭୋଟର, ନ୍ୟୁଜ୍ ନେସନ ସବୁଥିରେ ଏନଡିଏକୁ ବହୁମତ ମିଳୁଥିବା ଅନୁମାନ କରାଯାଇଛି। ପୁଣି ଥରେ ମୋଦୀଙ୍କ ନେତୃତ୍ଵରେ ଏନଡିଏ ପୁର୍ନବାର ସରକାରକୁ ଫେରୁଥିବା ଦେଖିବାକୁ ମିଳିଛି। ପୁଣି ଥରେ ମୋଦୀ ଲହର ଆଗରେ ବିରୋଧୀ ଧରାଶାୟୀ ହେଉଥିବା ଏଗଜିଟ୍ ପୋଲରୁ ସଙ୍କେତ ମିଳିଛି।

ବିଭିନ୍ନ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ଏଗଜିଟ୍ ପୋଲର ପରିଣାମ, ୫୪୨ ଆସନ, ବହୁମତ ସଂଖ୍ୟା ୨୭୨-

ଟାଇମ୍ସ ନାଓ

ଏନଡିଏ- ୩୦୬

ୟୁପିଏ-  ୧୩୨

ଅନ୍ୟ- ୧୦୪

ସି ଭୋଟର

ଏନଡିଏ- ୨୮୭

ୟୁପିଏ- ୧୨୮

ମହାମେଣ୍ଟ- ୪୦

ଅନ୍ୟ- ୮୭ 

ଜନକି ବାତ

ଏନଡିଏ- ୩୦୫

ୟୁପିଏ- ୧୨୪

ମହାମେଣ୍ଟ- ୨୬

ଅନ୍ୟ- ୮୭ 

ରିପବ୍ଲିକ ସି ଭୋଟର

ଏନଡିଏ- ୨୮୭

ୟୁପିଏ- ୧୨୮

ଅନ୍ୟ- ୧୧୬

ନ୍ୟୁଜ୍ ନେସନ

ଏନଡିଏ- ୨୮୧ରୁ ୨୯୦

ୟୁପିଏ- ୧୧୮ରୁ ୧୨୬

ଅନ୍ୟ- ୧୩୦ ରୁ ୧୩୮

ଏନଡିଟିଭି

ଏନଡିଏ- ୩୦୦

ୟୁପିଏ- ୧୨୬

ଅନ୍ୟ- ୧୧୬

Spread the love
Categories
ପଲିଟିକ୍ସବଡ ଖବର

RELATED BY