ସଚେତନତା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ବିଜେପି

ଭୁବନେଶ୍ୱର:ଓଡିଶାରେ ସମ୍ଭାବ୍ୟ ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ନିଜ ନିଜ ଅଂଚଳର  କାର୍ଯ୍ୟକର୍ତାମାନେ ସଜାଗ ରହି ଲୋକଙ୍କୁ ସର୍ତକ କରାଇବେ । ଏଥି ସହ ବାତ୍ୟା ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଙ୍ଗଠନମାନଙ୍କ ସହାୟତାରେ କାର୍ଯ୍ୟ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ  ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟାକୁ ଦେଖି ଆଗୁଆ ୩୪୦ କୋଟି ୮୭ ଲକ୍ଷ ଟଙ୍କା ସହାୟତା ଯୋଗାଇଛନ୍ତି । କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଗସ୍ତ କରି ଓଡିଶାରେ କିପରି ଅଧିକରୁ ଅଧିକ ସହାୟତା ସୁବିଧା ପହଂଚାଯାଇପାରିବ ସେ ସମ୍ବନ୍ଧରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟର ଏବଂ ସ୍ୱତନ୍ତ୍ର ଟ୍ରେନ ଯୋଗାଇବାରେ କେନ୍ଦ୍ରସରକାରଙ୍କ ପ୍ରମୁଖ ଭୂମିକା ରହିଛି ।

ଓଡିଶା ସରକାର ଫୋନି ପାଇଁ ଯେକୌଣସି ସହାୟତା ଲୋଡିବେ ମୋଦି ସରକାର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥି ସହ ବାତ୍ୟା ସମୟରେ ସଜାଗ ଏବଂ ସତର୍କ ରହିବା ପାଇଁ ରାଜ୍ୟର ଜନସାଧାରଣମାନଙ୍କୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳୀନରେ ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।