ଆଖି ବୁଜିଲେ ବିଜେଡି ନେତ୍ରୀ ମିନାକ୍ଷୀ

ଭୁବନେଶ୍ବର: ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି । ଗତ ୧୨ ତାରିଖରେ ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ କରିଥିଲେ ବିଜେଡ଼ି ନେତ୍ରୀ । ପୋଲିସ ନ୍ୟାୟ ଦେବା ବଦଳରେ ଅନ୍ୟାୟ କରିଥିବା ଅଭିଯୋଗରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଗତ ଜାନୁଆରୀ ୨୮ ତାରିଖରେ ମିନାକ୍ଷୀଙ୍କ ଘର ଆଗରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ତାଙ୍କ ପୁଅ ରାଜା ମିଶ୍ରଙ୍କର ଅନ୍ୟଗୋଷ୍ଠିର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହାର ଭିଡିଓ ଭାଇରାଲ ହୋଇଥିବା ବେଳେ ଉଭୟ ପକ୍ଷର ଏତଲା କ୍ରମେ ପୋଲିସ ୫ଜଣଙ୍କୁ ଗିରଫ କରିଛନ୍ତି । ଏହି ମାମଲାରେ ମିନାକ୍ଷୀ ଏସପିଙ୍କୁ ଦେଖା କରିବା ସହ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଯାଏଁ ଏସପିଙ୍କ ସହ ଦେଖା ନ ହେବାରୁ ମିନାକ୍ଷୀ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାହା ଦେଖି ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା ।