ଭୁବନେଶ୍ୱର : ତିର୍ତ୍ତୋଲରେ ପୁଣି ବାଜିମାତ କରିଛି ବିଜେଡି । ପୂର୍ବତନ ବିଧାୟକ ବିଷ୍ଣୁତରଣ ଦାସଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହି ଆସନରେ ବିଜୟ ଶଙ୍କର ନିଜର ନିକଟତମ ପ୍ରାର୍ଥୀ ଭାଜପାର ରାଜକିଶୋର ବେହେରାଙ୍କୁ ପରାସ୍ତ କରିଛନ୍ତି । ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ବିଜୟ ଶଙ୍କର ୮୪,୫୫୬ ଖଣ୍ଡ ଭୋଟ୍, ବିଜେପି ପ୍ରାର୍ଥୀ ରାଜ କିଶୋର ୪୫,୦୪୫ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ୨୬୭୬୦ ଖଣ୍ଡ ପାଇଥିବା ଜଣା ପଡିଛି ।ଏହି ବିଜୟ ଫଳରେ ତିର୍ତ୍ତୋଲ ଆସନ ପୁଣି ଥରେ ବିଜେଡି ପାଖକୁ ଫେରିଯାଇଛି ।
୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ। ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା। ଫଳରେ ଖାଲି ପଡ଼ିଥିବା ତିର୍ତ୍ତୋଲ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ପକ୍ଷରୁ ସ୍ବର୍ଗତଃ ଦାସଙ୍କ ପୁତ୍ର ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା। ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଭୋଟର ଫଳାଫଳ ଆଜି ପ୍ରକାଶିତ ହୋଇଛି। ଏହି ନିର୍ବାଚନରେ ତିର୍ତ୍ତୋଲବାସୀ ଅନୁକମ୍ପା ପ୍ରଦର୍ଶନ କରିବା ସହ ବିଜେଡି ଉପରେ ପୁନଃଆସ୍ଥା ପ୍ରକଟ କରିଛନ୍ତି। ତିର୍ତ୍ତୋଲରେ ବିଜୟ ଶଙ୍କର ବିଜୟୀ ହେବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି।