ଭୁବନେଶ୍ୱର : ବାଲେଶ୍ୱର ଗଡ ରଖିପାରିଲାନି ଭାରତୀୟ ଜନତା ପାର୍ଟି । ବିଜେପିଠୁ ବାଲେଶ୍ୱର ଆସନ ଛଡାଇ ନେଲା ବିଜେଡି । ବାଲେଶ୍ୱର ସଦର ଆସନରେ ବିଜେପିକୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି ।
ବାଲେଶ୍ଵର ବିଧାନସଭା ଉପ ନିର୍ବାଚନରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍ରେ ପରାସ୍ତ କରିଛନ୍ତି। ୨୦୧୯ ନିର୍ବାଚନର ବିଜୟ ଧାରାକୁ ଶାସକ ବିଜେଡି ବଜାୟ ରଖିବାରେ ସମର୍ଥ ହୋଇଛି। ବିଜେଡି ବିଜେପି କବ୍ଜାରେ ଥିବା ବାଲେଶ୍ଵର ସଦରକୁ ନିଜ ହାତକୁ ଆଣିବାରେ ସଫଳ ହୋଇଛି। ବିଜେପି ନିଜ ଗଡକୁ ବଞ୍ଚାଇବାରେ ବିଫଳ ହୋଇଛି।
ବାଲେଶ୍ୱର ଆସନରେ ବିଜେଡି ପ୍ରାର୍ଥୀ ୮୨,୮୧୦ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ୬୯,୪୧୫ ଖଣ୍ଡ ଭୋଟ୍ ପାଇଛନ୍ତି । ହେଲେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ ୪୭୦୯ ଖଣ୍ଡ ଭୋଟ ପାଇ ସାରିଥିଲେ ।
ବିଜେପି ପକ୍ଷରୁ ସ୍ଵର୍ଗତ ମଦନମୋହନଙ୍କ ପୁତ୍ର ମାନସ ମୋହନ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଦଳ ସହାନୁଭୂତି ଭୋଟ୍ ହାସଲ କରି ବିଜୟୀ ହେବ ବୋଲି ଆଶା କରିଥିଲା। ସେପଟେ ବିଜେଡିର ପ୍ରାର୍ଥୀ ଥିଲେ ସ୍ଵରୂପ ଦାସ। କଂଗ୍ରେସ ମମତା କୁଣ୍ଡୁଙ୍କୁ ମଇଦାନକୁ ଓହ୍ଲାଇଥିଲା। ହେଲେ ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ମାନସଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜେପିର ସବୁ ପ୍ରୟାସ ବିଫଳ ହୋଇଛି।