ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ: ପାଣ୍ଡିଆନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ବିଜେପି ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କାନ୍ଦୁଛି। ହେଲେ ଲୋକ ଜାଣିଛନ୍ତି ଯେ, ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କଣ ସବୁ କରିଛନ୍ତି। ଅନ୍ୟପଟେ ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ ଉପରେ କହି ପାରିଥାନ୍ତେ। ରୋଜଗାର ଉପରେ କହିବାରେ ସାହସ ନାହିଁ। LPG, ଡାଲି ରେଟ୍ କଥା କହି ପାରିଲେନି। ବିଜେପି କେବଳ ମିଛ କଥା କହୁଛି। ସେମାନେ ଲୋକଙ୍କ ଲାଗି କିଛି ଗ୍ଯାରେଣ୍ଟି ଦେଇନାହାନ୍ତି। ୧୦ ବର୍ଷରେ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଥିଲେ ତାହାକୁ କଭର କରିବା ଲାଗି ଏବେ ନାଟକବାଜି କରୁଛନ୍ତି। ମିଛ କହିବାର ସୀମା ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।