ସେପ୍ଟେମ୍ବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଶେଷ ହେବାପରେ ବିଜେଡି ନିଜର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବିଜେଡି ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ।...

ଭୁବନେଶ୍ୱର: ରାଜ୍ୟରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଶେଷ ହେବାପରେ ବିଜେଡି ନିଜର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବିଜେଡି ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସମନ୍ୱୟ ରକ୍ଷା ସହ ତଦାରଖ କରିବ। ତେବେ ଏହି ୭ଜଣିଆ କମିଟିରେ ଉପକୂଳ ଓଡ଼ିଶାର ନେତାମାନଙ୍କ ପ୍ରଭାବ ଅଧିକ ରହିଛି।

ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ତଦାରଖ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିର ଆବାହକ ଭାବେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ସଭ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରିବେ। ତେବେ ଏହି କମିଟିରେ ଉପକୂଳ ଓଡ଼ିଶାର ନେତାମାନଙ୍କୁ ଅଗ୍ରାଧିକାର ମିଳିଥିବାବେଳେ ପଶ୍ଚିମ ଓଡ଼ିଶାରୁ କେବଳ ପ୍ରସନ୍ନ ଓ ଦକ୍ଷିଣ ଓଡ଼ିଶାରୁ ପ୍ରଦୀପ ଙ୍କୁ ନିଆଯାଇଛି। ଉତ୍ତର ଓଡ଼ିଶାର କୌଣସି ଜଣେ ବି ନେତାଙ୍କୁ ଏହି ରାଜ୍ୟସ୍ତରୀୟ କମିଟିରେ ସାମିଲ କରାଯାଇ ନାହିଁ। ଆସନ୍ତାବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ଦଳ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାମାସଠୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛି।

Spread the love
Categories
ପଲିଟିକ୍ସ

RELATED BY

  • ସଞ୍ଜୟ ଜାୟସୱାଲଙ୍କୁ ବିହାର ଏବଂ ସତିଶ ପୁନିଆଙ୍କୁ ରାଜସ୍ଥାନ ଦାୟିତ୍ୱ ଦେଲା ବିଜେପି

    ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ଦୁଇଟି ବଡ ରାଜ୍ୟ ପାଇଁ ନିଜର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ପାର୍ଟି ରାଜସ୍ଥାନର ଦାୟିତ୍ୱ ସତିଶ ପୁନିଆଙ୍କୁ ଦେଇଥିବା ବେଳେ ବିହାରର ଦାୟିତ୍ୱ ସଞ୍ଜୟ ଜାୟସୱାଲଙ୍କୁ ଦେଇଛି । ସୂଚନାଯୋଗ୍ୟ ଯେ ବିହାର...
  • ବିଜେପିର ସେବା ସପ୍ତାହ ଆରମ୍ଭ

    ଭୁବନେଶ୍ୱର:ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ...
  • ଅକ୍ଟୋବରରେ ବିଜେପୁର ଉପନିର୍ବାଚନ!

    ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଓଡ଼ିଶାର ବିଜେପୁର ସମେତ ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଚାରବିମର୍ଶ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା...
  • କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

    ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡେକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି।...