ଦାମୋଦର ରାଉତ ଦଳ ବିରୋଧୀ କାର୍ଯ୍ୟରେ ସାମିଲ ଥିଲେ- ନବୀନ

ଭୁବନେଶ୍ବର  :  ଦାମୋଦର ରାଉତ ଦଳବିରୋଧୀ କାର୍ଯ୍ୟରେ ସାମିଲ ଥିଲେ । ସେ ସବୁବଳେ ଦାୟୀତ୍ବ ହୀନ ଓ ଅର୍ଥହୀନ ମନ୍ତବ୍ୟ ଦେୁଥିଲେ । ତେଣୁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବାକୁ ନେଇ ଏମିତି କାରଣ ରଖିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଫେରିବା ପରେ ଗଣମାଧ୍ୟକୁ ଏମିତି ପତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।