ବିମାନବନ୍ଦର ଛାତ ଭୁଷୁଡିବା ଘଟଣାରେ ବିଜେପିର ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦର ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ବିଜେଡି ଦେଇଥିବା ମନ୍ତବ୍ୟକୁ ବିଜେପି ଠିକଣା ଭାବେ ବୁଝିପାରୁ ନାହିଁ । ଅଭ୍ୟାସଗତ ଭାବେ ବିଜେପି ଦୁର୍ଘଟଣାକୁ ନେଇ ରାଜନୀତି କରିବା ସହିତ ସେମାନେ ଭୁଲି ଯାଉଛନ୍ତି ଯେ ବିମାନବନ୍ଦରରେ ଘଟୁଥିବା କୌଣସି ଘଟଣାର ଦାୟିତ୍ୱ
ହେଉଛି କେନ୍ଦ୍ର ସରକାରଙ୍କର, ରାଜ୍ୟ ସରକାରଙ୍କର ନୁହେଁ । ତେଣୁ ବିଜେପି ଏଭଳି ହ୍ୟାସ୍ୟାସ୍ପଦ ମନ୍ତବ୍ୟ ଦେବା ଉଚିତ୍‍ ନୁହେଁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ବକ୍ତବ୍ୟର ଜବାବ ଦେଇ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ବିଜେଡି ମୁଖପାତ୍ର କହିଛନ୍ତି ଯେ ବିଜେପି ନେତାମାନେ ଘଟଣା ପାଇଁ କିଏ ଦାୟୀ ତାହା ନବୁଝି ନଜି ମୁଣ୍ଡର ଅଠାକୁ ଅନ୍ୟ ମୁଣ୍ଡରେ ବୋଳିବାକୁ ଚେଷ୍ଟା କରୁଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି ଯେ ବିଜେପି ଭଳି ବିଜେଡି ଏତେ ନିମ୍ନ ସ୍ତରକୁ ଯାଇ ରାଜନୀତି କରେନାହିଁ । କାରଣ ବିଜେପିର ଏଭଳି ହୀନ ରାଜନୀତି ଯୋଗୁଁ ଓଡିଶାବାସୀ ଏହି ଜାତୀୟ ଦଳକୁ ନିୟମିତ ଭାବେ ପ୍ରତ୍ୟାଖାନ କରୁଛନ୍ତି । ଅତି କମରେ ଆଗାମୀ ଦିନରେ ବିଜେପି ନେତାମାନେ ସେମାନଙ୍କ ରାଜନୀତି ସ୍ତରକୁ ଉପରକୁ ନେବା ସହିତ ନିଜର ସଂସ୍କୃତି ଓ ପରମ୍ପରା ପାଇଁ ପରିଚିତ ରାଜ୍ୟ ଓଡିଶାରେ କଥାବାର୍ତ୍ତାରେ ଉନ୍ନତି ଆଣିବାର ଆଶା କରାଯାଏ ବୋଲି ଡକ୍ଟର ପାତ୍ର କହିଛନ୍ତି ।