ବିଜୁ ପକ୍କା ଘର ତିଆରି ରାଜ୍ୟ ସରକାରଙ୍କ ସଫଳତା ଦେଖି ବିଜେପି ଈର୍ଷାନିତ, ଭୟବିତ ଓ ବିଚଳିତ : ଲେନିନ ମହାନ୍ତି

ଭୁବନେଶ୍ୱର : ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ବିଜେପି ନେତାଙ୍କ ପାଖରେ ବୋଧ ହୁଏ କିଛି ତଥ୍ୟ ନାହିଁ । ରାଜ୍ୟରେ ପକ୍କା ଘର ତିଆରି ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପୁରସ୍କୃତ କରୁଥିବାବେଲେ ବିଜେପିର ଆରୋପ କେବଳ ହାସ୍ୟାସ୍ପଦ ବୋଲି ବିଜେପି ଆଣିଥିବା ଆରୋପର କଡା ଜବାବ ରଖି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାଧାରଣ ସଂପାଦକ ପୃର୍ଥୀରାଜ ହରିଚନ୍ଦନ ଆଣିଥିବା ‌ଅଭିଯୋଗର କଡା ଜବାବରେ ଲେନିନ କହିଛନ୍ତି ଯେ, ପୃଥ୍ୱୀରାଜ ହରିଚନ୍ଦନଙ୍କ ପାଖରେ ତଥ୍ୟ କି ସତ୍ୟତା ନଥିବା ଲାଗୁଛି। ବୋଧେ ତାଙ୍କ ପାଖରେ ଖବର ନାହିଁ ଯେ ବିଜେଡି ନେତୃତ୍ୱରେ ସରକାର ଯେଉଁ ଘର ତିଆରି ହୋଇଛି, ସେଥିପାଇଁ କେନ୍ଦ୍ର ସରକାର best performing categoryରେ award ଦେଇଛନ୍ତି, ତାକୁ ବୋଧେ ସେ ଜାଣି ନାହାନ୍ତି କି ଜାଣିଶୁଣି ଭୟବିତ ହୋଇ ମାନୁ ନାହାନ୍ତି । ଅଧା କେନ୍ଦ୍ର ଓ ଅଧା ରାଜ୍ୟ ଖର୍ଚ୍ଚ ଦେଉଛି। 20 ଲକ୍ଷ ଘର କରି କେନ୍ଦ୍ରଠାରୁ ପୁରସ୍କାର ପାଇଛୁ। ପୃଥ୍ୱୀରାଜ ହରିଚନ୍ଦନ ହାସ୍ୟାସ୍ପଦ କଥା କହୁଛନ୍ତି। ରାଜ୍ୟ ସରକାରଙ୍କ ସଫଳତା ଦେଖି ସେ ଈର୍ଷାନିତ, ଭୟବିତ ଓ ବିଚଳିତ ହୋଇଛନ୍ତି। PMAY କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ହୁଏ। ଗୋଟେ SOPରେ ହୁଏ। ଆମ ପ୍ରଦର୍ଶନ ଭଲ ଯୋଗୁ ପୃଥ୍ୱୀରାଜ ଈର୍ଷାନିତ ହେଉଛନ୍ତି।