୫୪ ବିଧାନସଭା ସିଟରୁ ୧୪ ବିଧାୟକଙ୍କ ଟିକେଟ କାଟିଲେ ନବୀନ ! 

ଭୁବନେଶ୍ବର : ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏପ୍ରିଲ ୧୧ ଓ ଏପ୍ରିଲ ୧୮ରେ ହେବାକୁ ଥିବା  ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।  ୯ ଲୋକସଭା ସିଟ ଲାଗି ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ଓ ୬୩ ବିଧାନସଭାରୁ ୫୪  ବିଧାନସଭା   ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ୫୪ ବିଧାୟକଙ୍କ ଭିତରୁ ୧୪ ବିଧାୟକଙ୍କ ଉପରେ ଭରସା କରିପାରି ନାହାନ୍ତି ମୁଖ୍ୟମନ୍ତ୍ରୀ  । ଗଞ୍ଜାମର ସର୍ବାଧିକ ୫ ବିଧାୟକଙ୍କ ଟିକେଟ କଟିଥିବାବେଳେ ୧୪ ବିଧାୟକଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ନୂଆ ମୁହଁ ଦେଇଛନ୍ତି । ସେହିପରି ୯ ବିଧାନସଭା ଆସନରେ ଅଙ୍କ ଛିଣ୍ଡିନି ।

ଆସନ  –      ପ୍ରାର୍ଥୀଙ୍କ ନାମ           -ବିଧାୟକ

ବ୍ରହ୍ମପୁର  –  ବିକ୍ରମ କୁମାର ପଣ୍ଡା  -ରମେଶଚନ୍ଦ୍ର ଚାଉ ପଟ୍ଟନାୟକ

ଛତ୍ରପୁର  –   ସୁବାସ ଚନ୍ଦ୍ର ବେହେରା- ଡାକ୍ତର ପ୍ରିୟାଂଶୁ ପ୍ରଧାନ

ଆସ୍କା   – ମଞ୍ଜୁଳା ସ୍ବାଇଁ – ଦେବରାଜ ମହାନ୍ତି
କବିସୂର୍ଯ୍ୟନଗର-      ଲତିକା ପ୍ରଧାନ- ଭି ସୁଗ୍ୟାନୀ କୁମାରୀ ଦେଓ

ଖଲିକୋଟ –   କେ କେ ସୂର୍ଯ୍ୟମଣୀ – ପୂର୍ଣ୍ଣଚନ୍ଦ୍ର ସେଠୀ

ମୋହନା  –   ପୂର୍ଣ୍ଣବାସୀ ନାୟକ  – ବାସନ୍ତି ନାୟକ

ବାଲିଗୁଡ଼ା  –     ଚକ୍ରଧର କହଁର-  ରାଜୀବ ପାତ୍ର

ଦଶପଲ୍ଲା  –  ରମେଶ ବେହେରା- ପୂର୍ଣ୍ଣଚନ୍ଦ୍ର ନାୟକ

କଣ୍ଟାବାଞ୍ଜି – ଅଜୟ ଦାସ- ଆୟୁବ ଖାଁ

ଗୁଣୁପୁର –  ରଘୁନାଥ ଗମାଙ୍ଗ- ତ୍ରୀନାଥ ଗମାଙ୍ଗ

ଚିତ୍ରକୋଣ୍ଡା     ପୂର୍ଣ୍ଣଚନ୍ଦ୍ର ସାକା , ଡମ୍ବରୁ ସିସା

ଭବାନୀପାଟଣା –  ଦୁଷ୍ମନ୍ତ ନାୟକ- ଅନାମ ନାୟକ

ନର୍ଲା  – ଭୂପିନ୍ଦର ସିଂ- ଦୁର୍ଯ୍ୟଧନ ମାଝୀ

ବିଜେପୁର- ନବୀନ ପଟ୍ଟନାୟକ- ରୀତା ସାହୁ